Coronavirus : ଆଜି ବି ବନ୍ଦ ରହିଛି ମ.ରାମପୁର ବଜାର

କଳାହାଣ୍ଡି,୨୩/୩ : କରୋନା ଆତଙ୍କ ଯୋଗୁଁ ଆଜି ବି ବନ୍ଦ ରହିଛି ମ.ରାମପୁର ବଜାର । ଚା ଦୋକାନ, ପାନ ଦୋକାନ, କପଡ଼ା ଦୋକାନ, ହୋଟେଲ, ଫେନ୍ସି ଦୋକାନ, ବହି ଦୋକାନ ଆଦି ବନ୍ଦ ରହିଥିବା ଦେଖାଯାଇଛି । ତେବେ ଆଜି ମଧ୍ୟ ତହସିଲଦାର ସୟଦ ଇସାକ ମଦିନା, ବିଡ଼ିଓ ରୁମାନା ଜାଫ୍ରିଙ୍କ ନେତୃତ୍ୱ ତଥା ମ.ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀଙ୍କ ସହଯୋଗରେ ବନ୍ଦ ପ୍ରକ୍ରିୟା ଚାଲୁରହିଥିବାବେଳେ କାଁଭାଁ ବସ ଚଳାଚଳ କରୁଛି । ଅନ୍ୟାନ୍ୟ ଚାରିଚକିଆ ଯାନ ଚଳାଚଳ ସୌଭାବିକ ରହିଥିବାବେଳେ ସରକାରୀ, ବେେସରକାରୀ କାର୍ଯ୍ୟାଳୟ ସବୁ ଖୋଲାରହିଛି । ଏହି ଜରୁରୀ ପରିସ୍ଥିତିରେ ଔଷଧ ଦୋକାନ, ପନିପରିବା, କିରାନା, ମାଛ, ମାଂସ ଆଦି ଖୋଲା ରହିପାରିବ କିନ୍ତୁ କୋଉଠି ଜନଗହଳି ନହେବା ଦରକାର ବୋଲି ତହସିଲଦାର ଶ୍ରୀ ମଦିନା ଆମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଆଜି ବଜାର ବନ୍ଦକୁ ତୃତୀୟ ଦିନ ହେଇଥିବା ବେଳେ ଜନଗହଳି ମଧ୍ୟ କମିବାରେ ଲାଗିଛି । ତେବେ ଏହି ସାମାଜିକ ଦୂରତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ପ୍ରଶାସନିକ ତତ୍ପରତା ଓ କର୍ମ ପରାୟଣତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । 

କଳାହାଣ୍ଡିିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.