କରୋନା ଭାଇରସ : ଲାଞ୍ଜିଗଡ଼ ଠାକୁରାଣୀଙ୍କ ଘଣ୍ଟ ଯାତ୍ରାରେ କଟକଣା

ଲାଞ୍ଜିଗଡ଼,୨୪/୩: ମାର୍ଚ୍ଚ ୨୬ ତାରିଖରେ ହେବାକୁ ଥିବା ଲାଞ୍ଜିଗଡ଼ ମା’ଠାକୁରାଣୀଙ୍କ ଘଣ୍ଟ ଯାତ୍ରାରେ କଟକଣା ଲାଗିଛି । ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁସାରେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇ ମନ୍ଦିର ପରିଚାଳନା ମୁଖ୍ୟ କମିଟି ହରିହର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ମାର୍ଚ୍ଚ ୨୬ ତାରିଖରେ ଏହି ଘଣ୍ଟଯାତ୍ରା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହେବ। ପୂର୍ବବର୍ଷ ପରି ୯ ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହି ବର୍ଷ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୂଜକ ମୁଣ୍ଡରେ ଘଣ୍ଟ ହାଣ୍ଡି ଧରି ୮ଦିନ ଗାଁ ଗାଁ ପରିକ୍ରମା କଲେ ମଧ୍ୟ ସାଥିରେ ପୂଜକ ଛଡା ଅନ୍ୟ କେହି ଯାଇ ପାରିବେ ନାହିଁ। ଭକ୍ତ ମାନେ ଘଣ୍ଟ ହାଣ୍ଡିକୁ ବନ୍ଧାପଣା ସମୟରେ ନିଜ ଘର ସମ୍ଭୁଖରେ ଭିଡ଼ ନ କରି ଜଣେ ବା ଦୁଇ ଜଣ ପୂଜା କରିବା ପାଇଁ କମିଟି ପ୍ରକାଶ ପକ୍ଷରୁ କରାଯାଇଛି। ଶେଷ ନବମ ଦିନରେ ଅନ୍ୟ ବର୍ଷ ମାନଙ୍କରେ ହଜାର ହଜାର ଭକ୍ତଙ୍କ ପିଠିରେ ଚଢି ଦେବୀ ନିଜ ଆସ୍ଥାନରେ ବିରାଜ ମାନ କରୁଥିବା ବେଳେ ଚଳିତ ବର୍ଷ ଏହି ସବୁ ବନ୍ଦ କରାଯାଇଛି ବୋଲି ହରିହର ସାଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜ ଦଳବେହେରା ଓ କୋଷାଧକ୍ଷ ଚନ୍ଦ୍ରଧ୍ୱଜ ପେସନିଆ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.