ସରକାରଙ୍କ ବଡ ନିଷ୍ପତ୍ତି : ସାରା ଓଡିଶା ଲକ୍ ଡାଉନ୍


ଭୁବନେଶ୍ବର,୨୪/୩ : ମହାମାରୀ କରୋନା ଭାଇରସ ସଂକ୍ରମଣ ରୋକିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସାରା ଓଡ଼ିଶା ଲକ୍ ଡାଉନ୍ ଘୋଷିତ ହୋଇଛି । ଆଜି ମଧ୍ୟ ରାତ୍ରରୁ ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ଲକ୍ ଡାଉନ୍ କରାଯିବ । ପୂର୍ବରୁ ୧୪ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା ବର୍ତ୍ତମାନ ସରକାର ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯିବ । ଆଜି ରାତି ୧୨ଟାଠାରୁ ୨୯ ତାରିଖ ରାତି ୧୨ଟା ଯାଏଁ ଏହି ଲକ୍ ଡାଉନ୍ ଜାରି ରହିବ । ତେବେ ଏହି ସବୁ ଲକ୍ ଡାଉନ୍ ଅଞ୍ଚଳରେ ଜରୁରୀ ସେବା ଉପଲବ୍ଧ ରହିବ। ପାଣି, ବିଜୁଳି ଓ ସ୍ୱାସ୍ଥ୍ୟସେବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ୍ ,ମାଛ, ଅଣ୍ଡା, ଚିକେନ ଦୋକାନ, ପନି ପରିବା ଓ କିରାନା ଦୋକାନ ଖୋଲା ରହିବ। ଏନେଇ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta