COVID-19: ୩.୫ ଲକ୍ଷର ଅନୁଦାନ ଘୋଷଣା କଲେ ଲୋଇସିଂଘା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ


ବଲାଙ୍ଗିର,୨୪/୩ : ମହାମାରୀ କରୋନା ଭାଇରସ (covid-19) ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣରୁ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ଦେଶର ଅନେକ ସ୍ଥାନରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଓଡିଶା ସମସ୍ତ ଜିଲ୍ଲାରେ ୨୪ ତାରିଖ ରାତି ୧୨ଟାରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷିତ ହୋଇଛି । ମହାମାରୀ କରୋନାର ମୁକାବିଲା ପାଇଁ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ନିଜର ବିଧାୟକ ପାଣ୍ଠିରୁ ୩.୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ଏହି ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅର୍ଥରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ କରୋନା ସଚେତନତା କାର୍ଯ୍ୟକ୍ରମ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହି କ୍ରମରେ ସାଧାରଣ ଜନତାଙ୍କୁ କୋଭିଡ୍-୧୯ ର ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

________________________________________

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta