ଲକ୍ ଡାଉନ୍ : ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡିଆ ତୀର୍ଥଯାତ୍ରୀ


ବୀରମହାରାଜପୁର,୨୫/୩ (ବିନୋଦ ପାଣ୍ଡେ) : ତୀର୍ଥ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର , ବୌଦ୍ଧ ଓ ଦେବଗଡ ଜିଲ୍ଲାର ୬୦ ଜଣ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ମଥୁରା ଓ ବୃନ୍ଦାବନ ଅଟକି ଯାଇଛନ୍ତି । ତୀର୍ଥ ଯାତ୍ରୀଙ୍କ ମଧ୍ୟରେ ୨୮ ଜଣ ମହିଳା ଶ୍ରଦ୍ଧାଳୁ ରହିଛନ୍ତି । କରାନା ଭାଇରସ ଯୋଗୁଁ ଉତ୍ତରପ୍ରଦେଶ ସମତେ ପୁରା ଭାରତ ଲକ୍ ଡାଉନ୍ ଥିବାରୁ ସେମାନେ ଓଡିଶାକୁ ଫେରି ପାରୁନାହାନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ମଠ (ବହାରପଦର ) ମହନ୍ତ ଖେଳା କୃଷ୍ଣ ଦାଶ, ବାବା ନିତ୍ଯ ଗୋପାଳ ଦାଶ, ଭିକାରୀ ମେହର, ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ଵରେ ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନରେ ଥିବା ତୀର୍ଥ ବୁଲିବାକୁ ଯାଇଥିଲେ । ଜନତା କର୍ଫ୍ୟୁ ପରେ ପରେ ଉତ୍ତରପ୍ରଦେଶ ଲକ୍ ଡାଉନ୍ ଆରମ୍ଭ ହୋଇଯାଇଥିବାରୁ ଏହି ଶ୍ରଦ୍ଧାଳୁ ମାନେ ଓଡିଶାକୁ ଫେରିଆସି ପାରିନଥିଲେ । ଓଡିଶା ଆସିବା ପାଇଁ ସେମାନେ ସେଠାରେ ସ୍ଥାନୀୟ ପୋଲିସର ସହାୟତା ମାଗିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା । ସେମାନଙ୍କ ହାତର ଟଙ୍କା ସରିଯାଇଥିବା ତଥା ଏବେ ଖାଇବା ପିଇବା ମଧ୍ଯ ବହୁ ଅସୁବିଧା ହେଉଥିବା ଫୋନ ଯୋଗ ଆମ ପ୍ରତିନିଧି ଜଣାଇଛନ୍ତି । ଏହି ତିର୍ଥଯାତ୍ରୀ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରୁ ୨୫ ଜଣ, ଉଲୁଣ୍ଡା ବ୍ଲକରୁ ୧୦, ବିନିକା ବ୍ଲକରୁ ୫ ଏବଂ ଦେବଗଡ ଜିଲ୍ଲାରୁ ୧୦ ଓ ବୌଦ୍ଧ ଜିଲ୍ଲାରୁ ୭ ଜଣ ରହିଛନ୍ତି । ଫସି ରହିଥିବା ଶ୍ରଦ୍ଧାଳୁମାନେ ଓଡିଶାକୁ ଫେରିବା ପାଇଁ ବୀରମହାରାଜପୁର ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ମଧ୍ଯ ଜଣାଇଥିବା ପ୍ରକାଶ କରିଛନ୍ତି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta