ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ଡେଇଁଲା


ଇସଲାମାବାଦ,୨୫/୩ : ସାରା ବିଶ୍ବରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସ ପାକିସ୍ତାନରେ ମଧ୍ୟ ତା’ର ପ୍ରକୋପ ଦେଖାଇଛି । ଏଠାରେ ଲଗାତାର ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶସାରା ଲକ୍ ଡାଉନ୍ ଲାଗୁ କରିବାପାଇଁ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ସୈନ୍ୟ ମୁତାୟନ କରାଯାଇଛି । ଅନ୍ୟପଟେ ଦେଶରେ ଟ୍ରେନ ସଂଚାଳନ ବନ୍ଦ କରି ଦିଆ ଯାଇଥିବା ସୂଚନା ରହିଛି । ମଙ୍ଗଳବାର ପର୍ଯ୍ୟନ୍ତ ଦର୍ଜ କରାଯାଇଥିବା ୯୦୩ କରୋନା ମାମଲାରୁ ୩୯୪ ମାମଲା ବେବଳ ସିନ୍ଧ ପ୍ରାନ୍ତର । ଏହି ପ୍ରାନ୍ତର ସ୍ଥିତି ସବୁଠାରୁ ଖରାପ ଥିବା ସାମ୍ନାକୁ ଆସିଛି । ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ପାରି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta