ନବରାତ୍ରୀ ଓ ଅନ୍ୟାନ୍ୟ ପର୍ବ ପାଇଁ ଦେଶବାସୀଙ୍କୁ ଶୁଭକାମନା ଓ ସଂଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ


ନୂଆଦିଲ୍ଲୀ,୨୫/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହିନ୍ଦୁ ନବବର୍ଷ, ଉଗାଦି, ଗୁଡି ପର୍ବ, ନବରାତ୍ରୀ, ସଜିବୁ ଚେରୋବାର ଶୁଭକାମନା ଜଣାଇଛନ୍ତି । ଏହାସହ ଏକସାଙ୍ଗରେ କରୋନା ସହ ଲଢିବା ଜରୁରି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଆମେ କେତେକ ପାର୍ବଣ ମନାଉଛୁ । ପାରଂପାରିକ କେଲେଣ୍ଡର ଅନୁସାରେ ଆଜି ଠାରୁ ନବବର୍ଷ ଆରମ୍ଭ ହୋଇଛି । ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ସଂଦେଶ ଦେଇଛନ୍ତି ।

 

ସେ ଟୁଇଟ୍ କରି ଲେଖିଛନ୍ତି କି ଆଜି ଠାରୁ ନବରାତ୍ରୀ ଆରମ୍ଭ ହୋଇଛି । ବର୍ଷ ବର୍ଷ ଧରି ମୁଁ ମା’ ଙ୍କ ଆରଧନା କରି ଆସୁଛି । ଏଥର ମଧ୍ୟ ସାଧନାରେ ମାନବତା ଉପାସନା କରୁଥିବା ସମସ୍ତ ନର୍ସ, ଡାକ୍ତର, ମେଡିକାଲ ଷ୍ଚାଫ୍, ପୁଲିସ ଓ ମିଡିଆକର୍ମୀ, ଯେଉଁମାନେ କରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ସୁରକ୍ଷା ଓ ସିଦ୍ଧିକୁ ସମର୍ପିତ କରୁଛି ।

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta