କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ଲକ୍ଷ ଟଙ୍କା ଦାନ କଲା ଓଟିଡିସି


●ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମାଜିକ ଦୂରତା ରଖିବାକୁ ଦେଲେ ପରାମର୍ଶ

ବାଲେଶ୍ଵର,୨୫/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ସମଗ୍ର ରାଜ୍ୟ ଲକ୍-ଡାଉନ୍ ଅବସ୍ଥାରେ ଥିବାବେଳେ କରୋନାକୁ ନେଇ ଚିନ୍ତା ବଢିଛି ଜନସାଧାରଣଙ୍କ ଭିତରେ। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ କରୋନାର ଦୃଢ଼ ମୁକାବିଲା ପାଇଁ ସମୟକୁ ସମୟ ବିଭିନ୍ନ ପରାମର୍ଶ ଓ ବ୍ୟବସ୍ଥା କରୁଥିବା ଦେଖା ଯାଉଛି। ଭବିଷ୍ୟତକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନିଜେ ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ରାଜ୍ୟବାସୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଏହାକୁ ବିଭିନ୍ନ କର୍ପୋରେଟ୍ ହାଉସ, ଶିଳ୍ପସଂସ୍ଥା, ଧନାଢ୍ୟ ବ୍ୟକ୍ତି ବିଶେଷ, ଦଳର ବିଧାୟକ ଓ ମନ୍ତ୍ରୀମାନେ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି।

ଆଜିର ଦିନରେ ସମଗ୍ର ଦେଶ ୨୧ ଦିନ ପାଇଁ ତାଲାବନ୍ଦ ହୋଇଛି। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଏପରି ଏକ ସାମାଜିକ ବିଚ୍ଛିନ୍ନତାର ଆବଶ୍ୟକତା ରହିଛି। ଏଇ ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତାର ଗତିବିଧିକୁ କ୍ରିୟାଶୀଳ ରଖିବା ଉଦ୍ଦେଶ୍ୟ ରେ ଓଟିଡିସି (ପାନ୍ଥନିବାସ) ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ଲକ୍ଷ ଟଙ୍କା ଦାନ କରାଯାଇଛି। ଏହି ଅର୍ଥ ରାଶି ମନି ଟ୍ରାନ୍ସଫର୍ମ ଜରିଆରେ ପଠାଇ ଦିଆଯାଇଛି ବୋଲି ମାର୍କେଟିଂ ମ୍ୟାନେଜର ଆଲୋକ ମିଶ୍ରଙ୍କ ପ୍ରେସ୍ ବିବୃତି ରୁ ଜଣାପଡିଛି।

ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ରହିଲେ ହିଁ ଜଣେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷା ଦେଇପାରିବେ ବୋଲି ପରାମର୍ଶ ଦେଇଛନ୍ତି। ଏହା ଛଡା ସେ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ‘କରୋନା’ର ମୁକାବିଲା ପାଇଁ ଯେଉଁ ଶପଥ ପାଠ କରାଇଛନ୍ତି, ତାହାକୁ ସମସ୍ତେ ପାଳନ କରି ନିଜକୁ, ନିଜ ପରିବାର ଓ ଆତ୍ମୀୟସ୍ଵଜନଙ୍କୁ ସୁରକ୍ଷିତ ରଖନ୍ତୁ। ଶ୍ରୀମତୀ ମିଶ୍ରଙ୍କ ଏହି ସହଯୋଗ ଓ ସକରାତ୍ମକ ବାର୍ତ୍ତା ଅନ୍ୟମାନଙ୍କୁ କରୋନା କୁ ପ୍ରତିହତ କରିବା ଦିଗରେ ଦୃଢ଼ସଂକଳ୍ପ କରାଇବ ବୋଲି ଆଶାକରାଯାଇ ପାରେ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta