ଏଣିକି ଚାଉଳ ୩ ଟଙ୍କା, ଗହମ ୨ ଟଙ୍କା


ନୂଆଦିଲ୍ଲୀ,୨୫/୩: କୋଭିଡ୍-୧୯ ସଂକ୍ରମଣ ଶୃଙ୍ଖଳାରେ ରୋକ ଲଗାଇବା ଉଦ୍ଦେଶ୍ୟରେ ସାରା ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍ ଡାଉନ୍। ଏହି ସମୟ ମଧ୍ୟରେ ଦେଶର ସିଂହଭାଗ ନିମ୍ନ ବର୍ଗର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମ ଧନ୍ଦା ସବୁ ବନ୍ଦ ହୋଇ ଯାଇଥିବାରୁ ଆଗକୁ ଲୋକେ ଖାଇବାକୁ ନ ପାଇବା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ କେବିନେଟ୍ ବୈଠକରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଶସ୍ୟ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାର ଦେଶର ୮୦ କୋଟି ଲୋକଙ୍କୁ ପ୍ରତ୍ୟକ ମାସ ୭ କିଲୋ ଜଣ ପ୍ରତି ରେସନ୍ ଯୋଗାଇଦେବେ। ଏଥିସହ ଲକ୍ ଡାଉନ୍ କୁ ଧ୍ୟାନରେ ରଖି ସରକାର ୩ ମାସର ରେସନ୍ ଆଗୁଆ ପ୍ରଦାନ କରିବେ। ୨୭ ଟଙ୍କାର ଗହମକୁ ମାତ୍ର ୨ ଟଙ୍କାରେ ଓ ୩୭ ଟଙ୍କାର ଚାଉଳକୁ ମାତ୍ର ୩ ଟଙ୍କାରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta