ଦେଶରେ ୧୨ତମ କରୋନା ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଡେଇଁଲା


ନୂଆଦିଲ୍ଲୀ,୨୬/୩ : ଗୁଜରାତର ଅହମଦାବାଦରେ କରୋନା ଭାଇରସ ସଂକ୍ରମଣରେ ବୁଧବାର ଦିନ ଜଣେ ୮୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି । ଦେଶରେ ଏହା ୧୨ତମ କରୋନା ମୃତ୍ୟୁ । ଏହି ମହିଳା ଜଣକ ଅଳ୍ପ ଦିନ ପୂର୍ବରୁ ବିଦେଶ ଯାତ୍ରା କରିଥିଲେ । ଏହା ପରେ ତାଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖା ଯାଇଥିଲା । ତାଙ୍କୁ ଅହମଦାବାଦର ଏକ ସିଭିଲ ହସ୍ପିଟାଲରେ ୨୨ ମାର୍ଚ୍ଚ ଦିନ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସେହି ବୁଧବାର ଦିନ ମଧ୍ୟ ପ୍ରଦେଶ ଓ ତାମିଲନାଡୁର ଜଣ – ଜଣକର ମୃତ୍ୟୁ ହୋଇଥିଲା । ଦେଶରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୦୦ ଅତିକ୍ରମ କରିଛି ।

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta