ସରକାର ଏବେ ସମିକ୍ଷା ବୈଠକରେ ସମୟ ବର୍ବାଦ ନକରି ଗରିବ ଓ ଖଟିଖିଆଙ୍କ କଥା ଚିନ୍ତା କରନ୍ତୁ – ଅଖିଳେଶ ଯାଦବ


ନୂଆଦିଲ୍ଲୀ,୨୬/୩ : ଦେଶରେ କରୋନା ଭାଇରସ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୬୦୦ରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି । ଲକଡାଉନ ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନ ଧାରଣ ସ୍ଥିତି ପ୍ରଭାବିତ ହୋଇଛି । ଏହି କ୍ରମରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ଟୁଇଟ୍ କରି କହିଛନ୍ତିକି, ସରକାର ବର୍ତ୍ତମାନ ସମିକ୍ଷା ବୈଠକରେ ସମୟ ଅପବ୍ୟୟ କରନ୍ତୁ ନାହିଁ । ଦେଶର କୋଟି କୋଟି ଗରିବ, ଶ୍ରମିକମାନେ ଭୋକ ଉପବାସରେ ରହିଛନ୍ତି । ସେମାନଙ୍କ ପାଖରେ ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସୁରକ୍ଷା ସଂସାଧନ ମଧ୍ୟ ନାହିଁ । ତେଣୁ ସରକାର ଏମାନଙ୍କ ପାଇଁ ଖାଦ୍ୟ ପେୟ, ଆଶ୍ରୟ ଓ କରୋନା ସଂକ୍ରମଣରୁ ସୁରକ୍ଷା ପାଇବାର ପ୍ରବିଧାନ କରନ୍ତୁ ।

________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta