LOCKDOWN : ଖାଁ ଖାଁ ଗାଁ ଠାରୁ ସହର


ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛଡ଼ା ସବୁ ବନ୍ଦ, ଘରେ ରହି ନିୟମ ପାଳନ କରୁଛନ୍ତି ଜନତା

ଟିଟିଲାଗଡ,୨୬/୩ : ମହାମାରି କରୋନାକୁ ନେଇ ସମଗ୍ର ଦେଶରେ ୨୪ ତାରିଖ ମଧ୍ୟ ରାତିରୁ ୨୧ ଦିନ ଯାଏ ଲକ୍ ଡାଉନ୍ ରହବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ବେଳେ ଟିଟିଲାଗଡରେ ମଧ୍ୟ କୋରୋନା ମୁକାବିଲା ପାଇଁ ଟାଉନ୍ ସମେତ ବ୍ଲକ ର ବିଭିନ୍ନ ଗ୍ରାମରେ ଲକ୍ ଡାଉନ୍ କଡାକଡି ଭାବରେ ଲାଗୁ ହୋଇଥିବା ଦେଖିବାକୁ ମିଳିଛି ।

ସମସ୍ତ ଦୋକାନ ବଜାରରେ ତାଲା ଝୁଲୁଥିବା ବେଳେ ଔଷଧ ଦୋକାନ, କିରାନା ଦୋକାନ ଏବଂ ପନିପରିବା ଖାଲା ରହୁଛି । ଅତି ଆବଶ୍ୟକ ନହେଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଲକ୍ ଡାଉନ୍କୁ ମୁଖ୍ୟତଃ ଗ୍ରାମ ସ୍ତରରେ ଆଇନ କୁ ଠିକ୍ ଭାବେ ମାନୁ ନଥିବା ବେଳେ ଲୋକେ କିଛି ସ୍ଥାନରେ ଗହଳି କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଅନେକ ଗୁଡିଏ ଗ୍ରାମ କଡାକଡି ଭାବେ ଲକ୍ ଡାଉନ୍ କୁ ମାନୁଛନ୍ତି ।


ଟିଟିଲାଗଡ଼ ଟାଉନ ସମେତ ବ୍ଲକର ବିଭିନ୍ନ ଗ୍ରାମ ଯଥା ଉଦେପୁର, କାନିଯୁରି, ବାଞ୍ଜିପଦର, କୁମୁଡିପଦର, ନାରେନ, ଖୋଲାନ, ପରାସରା, ମନିଗାଁ, ଡଙ୍ଗାପଟା, ରିଗଡୁଲ, ଲୁଧିପଡା, ବିଜେପୁର, ଚୋରମରା, ଦେସିଲ୍, ବାନ୍ଧୁପଲା,ସମେତ ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ କଡାକଡି ହୋଇଛି ଲକ୍ ଡାଉନ୍ ।

ଉଦେପୁର ଗ୍ରାମ ର ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଜୟରାମ ନାଗ, ଟିଙ୍କୁ କୁମ୍ଭାର,ବିଜୟ ନାଗ, ଗୁକୁଲ ବେହେରା, ସମାଜସେବୀ ଧନଞ୍ଜୟ ସାହୁ ପ୍ରମୁଖ ରାସ୍ତା ଅବରୋଧ କରି ସତର୍କତା ସୁଚନା ଦେଇ ଗ୍ରାମ ବାସୀଙ୍କୁ ନିଜ ନିଜ ଘରେ ରହିଵା ସହିତ ଘରୁ ବାହାରକୁ ନ ବାହାରିବା ପାଇଁ କହିଛନ୍ତି । ଅତି ଆବଶ୍ୟକ ନହେଲେ କେହି ବାହାରକୁ ନ ଯିବା ଏବଂ ବାହର ଲୋକଙ୍କୁ ଗ୍ରାମ ଭିତରକୁ ପ୍ରବେଶ ନିଶେଷ କରିଛନ୍ତି ।

ଠିକ୍ ସେହିପରି କାନିଯୁରି ଠାରେ ମଧ୍ୟ ଶ୍ରୀଯୁକ୍ତ ବିନାୟକ ସାହୁ, ଯୁଗିରାମ ଚନ୍ଦନ,ଦୁଷ୍ମନ୍ତ ଚନ୍ଦନ ଙ୍କ ତତ୍ବାବଧାନ ରେ ଗଣପତି, ସନ୍ତୋଷ, ପକ୍ଷି,ଚନ୍ଦ୍ର ପ୍ରମୁଖ ଗ୍ରାମ ସମ୍ମୁଖରେ ରସି ଟାଣି ଗ୍ରାମ ର ରାସ୍ତା ଅବରୋଧ କରିବା ସହିତ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରିଛନ୍ତି ।

ସେହିପରି ବାଞ୍ଜିପଦର ଠାରେ ମଧ୍ୟ ସରପଞ୍ଚ ଶ୍ରୀଯୁକ୍ତ ନବକିଶୋର ନାଏକ ଙ୍କ ନେତୃତ୍ଵରେ ରଜନୀକାନ୍ତ ପଟ୍ଟନାୟକ , ଭବାନୀ ମାଝୀ,ପ୍ରଦ୍ୟୁମ୍ନ ମାଝୀ ପ୍ରମୁଖ ଗ୍ରାମ ବାସୀଙ୍କୁ ସଚେତନ କରିବା ସହିତ ଘରେ ରହିବା ଏବଂ ବାହାରୁ କୌଣସି ବ୍ୟକ୍ତି ଗ୍ରାମକୁ ଆସିଲେ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଥିବା ଅସ୍ଥାୟୀ ମେଡିକାଲ୍ ସେଣ୍ଟରରେ ରଖିବା ପାଇଁ ଗ୍ରାମ ବାସୀଙ୍କୁ କହିଛନ୍ତି । ସେହିପରି ନାରେନ ରେ ମଧ୍ୟ ଶ୍ରୀଯୁକ୍ତ ତାପସ ପଟେଲ,ଅନିଲ ସ୍ବାଇଁ, ବିପିନ ଦଣ୍ଡସେନା ପ୍ରମୁଖ ସଚେତନତା କାର୍ଯ୍ୟ କରୁଛନ୍ତି ।

ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta