ନର୍ଲା ବିଜେପି ପକ୍ଷରୁ ବାଜପେୟୀ ଜୟନ୍ତି (Visual News)

ବିଜେପି ପକ୍ଷରୁ ଅଭିନବ ପ୍ରୟାସ : ଯୁବ ସମାଜ ପାଖରେ ଅଟଳ ଜୀ ଙ୍କ ବାର୍ତା ପହଞ୍ଚାଇବାକୁ କ୍ରିଡା ଆୟୋଜନ : ଚିଆଁପଦର ଏବିସି ଛକରେ ଭଲିବଲ

କଳାହାଣ୍ଡି,୨୬/୧୨:
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରି ବାଜପେୟୀଙ୍କ ୯୪ତମ ଜନ୍ମ ଜୟନ୍ତୀ ଉପଳକ୍ଷେ ବିଜେପି ପକ୍ଷରୁ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଆଁପଦର ଏବିସି ଛକଠାରେ ଏକ ଭଲିବଲ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସରିଆଁ ମଣ୍ଡଳ ବିଜେପି ସଭାପତି ସୁରେଶ ଚନ୍ଦ୍ର ଭୋଇ, ବରିଷ୍ଠ ବିଜେପି ନେତା କେଦାରନାଥ ରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ତତ୍ରାଣ ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଅନିରୁଦ୍ଧ ପଧାନ, ନର୍ଲା-୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଜୋନ-୨ ଜିଲ୍ଲା ପପିଷଦ ସଦସ୍ୟା ରୀନା ଭୋଇ, ସରିଆଁ ସମିତି ସଭ୍ୟା ନନ୍ଦିନୀ ଭୋଇ ପ୍ରମୂଖ ଯୋଗଦେଇ ବାଜପେୟୀଙ୍କ ନିତି ଆଦର୍ଶ ଓ ସୁଶାସନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଏହି ଉପଳକ୍ଷେ ଆୟୋଜିତ ଭଲିବଲ ପ୍ରତିଯୋଗିତାରେ ସରିଆଁ, ଚିଆଁପଦର, ବୁଢିପଦର, ବଲବସପୁର, ରାକ୍ସି, ଧାରପୁର, ଗାଡେବନ୍ଧ ଓ ଘଣ୍ଟମାଲ ଦଳ ଭାଗ ନେଇଥିଲେ । ବରିଷ୍ଠ କ୍ରିଡା ଶିକ୍ଷକ ଉମାକାନ୍ତ ଭୋଇ ଓ ପ୍ରଜ୍ଞାନନ୍ଦ ନାଏକ ଖେଳ ପରିଚାଳନା କରିଥିବାବେଳେ ସ୍ବାଧୀନ କୁମାର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ସରିଆଁ ମଣ୍ଡଳର ସଞ୍ଜୟ ମାଝୀ, ରୁଦ୍ରାକ୍ଷ ସାହୁ ପ୍ରମୂଖ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ବ ହାସଳ କରିଥିବା କ୍ରିଡାବିତ ଓ ଦଳକୁ ଅତିଥି ମାନେ ସମ୍ମାନିତ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.inFor latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.