ଓଡ଼ିଶାରେ ହେବ ଦେଶର ସବୁଠୁ ବଡ଼ କରୋନା ଡାକ୍ତରଖାନା


୧୫ ଦିନରେ ନିର୍ମାଣ ହେବ

ଭୁବନେଶ୍ବର,୨୬/୩: ମହାମାରୀ କରୋନା ଭୁତାଣୁ ଏବେ ସାରା ବିଶ୍ୱରେ ଭୟ ସଂଚାର କରିଥିବା ବେଳେ ଭାରତ ବି ଏଥିରୁ ବାଦ ଯାଇନି। ଏଥିପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାରମାନେ ବିଭିନ୍ନ ଯୋଜନା କରୁଥିବା ବେଳେ ଓଡ଼ିଶା ସରକାର ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଡାକ୍ତରଖାନା ନିର୍ମାଣ ହେଲେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ, ଯିଏ କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏତେ ବଡ଼ ଚିକିତ୍ସାଳୟ ନିର୍ମାଣ କରିବାକୁ ଯାଉଛି।

ଏଥିପାଇଁ ରାଜ୍ୟ ସରକାର, କର୍ପୋରେଟ୍ସ ଓ ମେଡିକାଲ କଲେଜ ମଧ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍-୧୯ ଡାକ୍ତରଖାନା ନିର୍ମାଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷର ହୋଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାତ୍ର ୧୫ ଦିନରେ ଏହି ହଜାରେ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ତିଆରି ହେବ। ଦେଶରେ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ ଓ ମୃତକଙ୍କ ସଂଖ୍ୟା ୧୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କେବଳ ୨ଟି ମାମଲା ସାମ୍ନାକୁ ଆସିଛି।

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta