ଲକ୍ ଡାଉନ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରି ପ୍ରଥମେ ସାମାଜିକ ଦୂରତ୍ବରେ ବସାଇଲା ପୋଲିସ


ବଲାଙ୍ଗିର,୨୬/୩ : ସାରା ବିଶ୍ବ ଏବେ ମହାମାରି କରୋନା ବିରୁଦ୍ଧରେ ଲଢେଇ କରୁଛି । ଭାରତ ସାରା ଲକ୍ ଡାଉନ୍ ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଲକ୍ ଡାଉନ୍ ନିୟମ ମାନିବାକୁ ଅପିଲ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡିଶାରେ ସ୍ଥିତି ଠିକ୍ ଥିଲେ ସୁଦ୍ଧା ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହ ଶପଥ ପାଠ କରି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ପ୍ରଶାସନ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଯେତେ ଯାହା କଲେ ବି କିଛି ଲୋକ ଲକ୍ ଡ଼ାଉନଂ ନିୟମକୁ ଭଙ୍ଗ କରୁଛନ୍ତି । ତେଣୁ ବଲାଙ୍ଗିର ପୋଲିସ ନିୟମ ଉଲ୍ଲଘଂନ କାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିୟମ ଭଙ୍ଗ କରିଥିବା ୪୮ଜଣଙ୍କୁ ଗିରଫ କରିଛି ପୋଲିସ। ଥାନା ପରିସରରେ ସାମାଜିକ ଦୂରତ୍ୱ ବଜାୟ ରଖି ଗିରଫ ବ୍ୟକ୍ତି ମାନଙ୍କୁ ଗୋଟିଏ ଗୋଟିଏ ମିଟର ଦୂରତାରେ ବସେଇ ଥିଲା ବଲାଙ୍ଗିର ପୋଲିସ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta