ଲକଡାଉନ ସମୟରେ ନମାଜ ପାଠ କରିବାକୁ ଆସିଥିବା ଲୋକଙ୍କୁ ଲାଠିରେ ପିଟି ତଡିଲା ପୋଲିସ


ନୂଆଦିଲ୍ଲୀ,୨୭/୩ : କରୋନାର ଭୟାବହତାକୁ ଆଖି ଆଗରେ ରଖି ସରକାର ଦେଶ ସାରା ଲକଡାଉନ କରିଛନ୍ତି । ମହାମାରି କରୋନା କବଳରୁ ବଞ୍ଚିବାପାଇଁ ସାମାଜିକ ଦୂରତ୍ବ ରଖିବାସହ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି କିନ୍ତୁ ଅନେକ ଲୋକ ଏହାକୁ ମାନୁ ନାହାନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ଟୁଇଟରରେ ଏକ ଭିଡିଓ ଦେଖାଇଛି ଯେଉଁଠି ଲୋକେ ବନ୍ଦ ସତ୍ତ୍ବେ ମଧ୍ୟ ମସଜିଦରେ ନମାଜ ପାଠ କରିବାକୁ ଏକତ୍ରିତ ହୋଇଛନ୍ତି । ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ଲାଠିରେ ବାଡେଇ ଘଉଡାଇ ଦେଉଛି ।

 

ଏହି ଭିଡିଓ କର୍ଣ୍ଣାଟକର ବେଲଗାମର ଯେଉଁଠି ଅନେକ ସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକ ନମାଜ ପାଠ କରିବା ପାଇଁ ମଜ୍ଜିଦରେ ଏକତ୍ରିତ ହୋଇଥିଲେ । ପୋଲିସ ସେମାନଙ୍କୁ ମଜ୍ଜିଦରୁ ବାହାରକୁ ଆଣି ଲାଠିରେ ପିଟି ତଡିଦେଲା । ସୂଚନାଯୋଗ୍ୟ ଲକଡାଉନ ମଧ୍ୟରେ ଧାର୍ମିକ ପିଠସ୍ଥଳି ମାନଙ୍କୁ ଯିବାରେ ମଧ୍ୟ ପ୍ରତିବନ୍ଧକ ରହିଛି ।

______________________________________

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta