କୁଲତା ସମାଜ ମହାସଭା ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି,୨୬/୧୨:
ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଜୟଦୁର୍ଗା ସ୍ପୋଟିଂ କ୍ଲବ ଠାରେ କଳାହାଣ୍ଡି କୁଲତା ସମାଜରର ଏକ ସାମ୍ବାଦିକ ସମ୍ମିଳନୀ ଆଜି ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୮,୨୯ ଓ ୩୦ ତିନିଦିନ ଧରି ତୁଲାପଡା ଠାରେ ଆୟୋଜିତ ହେବାକୁଥିବା କଳାହାଣ୍ଡି କୁଲତା ସମାଜର ଜିଲ୍ଲା ସ୍ଥରୀୟ ମହାସଭାର ରୂପରେଖ ନେଇ ସମାଜର କର୍ମକର୍ତା ମାନେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ୨୮ ତାରିଖରେ କୁଲତା ସମାଜର ଇଷ୍ଟଦେବୀ ରଣେଶ୍ବର ରାମଚଣ୍ଡି ପୀଠ ଜମୁନାବାହାଲ ଠାରୁ ପବିତ୍ର ମଶାଲ ଆସିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପରେ ୨୯ ତାରିଖରେ ପ୍ରଥମ ଅଧିବେଶନ, ରକ୍ତଦାନ ଶିବିର, ମହିଳା ମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତା, ସମ୍ବର୍ଧନା ସଭା, ସ୍ମରଣିକା ଉନ୍ମୋଚନ, ଦ୍ବିତୀୟ ଅଧିବେଶନରେ ଆଲୋଚନା ଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବହୁ ବିଷୟ ରହିଛି । ୩୦ ତାରିଖ ଉଦଜାପନୀ ଦିବସରେ ମଧ୍ୟ ସାମାଜିକ ଦିଗ ଓ ବିଭିନ୍ନ ବିଷୟରେ କାର୍ଯ୍ୟକ୍ରମ ମାନ ରହିଛି ବୋଲି କର୍ମକର୍ତା ମାନେ ସୂଚନା ଦେଇଛନ୍ତି । ଏହି ମହାସଭାରେ ଜିଲ୍ଲା, ରାଜ୍ୟ ତଥା ପଡୋଶୀ ରାଜ୍ୟର ବହୁ ଅତିଥି , କଳାକାର ଓ ସାମାଜିକ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହାସଭା ମୂଖ୍ୟ ସଂଯୋଜକ ହରେକୃଷ୍ଣ ଭୋଇ, ସଂଯୋଜକ ଦୀଲିପ କୁମାର ସା, ଯୁବ ସଭାପତି ଦେବେନ୍ଦ୍ର ସା ଓ ଯୁବ ସଂଗଠନର କାର୍ଯ୍ୟକାରୀ ସଭାପତି ବିନୟ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ମହାସଭା ଉପରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.