ଜୁନାଗଡ ଠାରେ ବିଜେଡିର ପ୍ରତିଷ୍ଠା ଦିବସ

ଜୁନାଗଡ,୨୬/୧୨:
ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଆଜି ଜୁନାଗଡ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଜୁନାଗଡ଼ ସାପ୍ତାହିକ ବଜ଼ାର ପ୍ରଗଣା ଠାରେ ପହଞ୍ଚିଥିଲା । ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୂଖ୍ୟ ଅତିଥି ଭାବେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିବାବେଳେ

ଜନାଗଡ଼ ବ୍ଲକ ସଭାପତି ପ୍ରମୋଦ ବେହେରା, ସମାଜସେବୀ ହିମାଂଶୁ ଶେଖର ବରାଡଙ୍କ ସମେତ ଜୁନାଗଡ଼ବ୍ଲକ ଓ ଗୋଲାମୁଣ୍ଡା ବ୍ଲକର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ l ପ୍ରତିଷ୍ଠା ଦିବସ ଅବସରରେ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ଉପରେ ଆଲୋକପାତ କରିଥିଲେ ।
Report by Rakesh kumar Bemal, Reporter Junagarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.