କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଡ଼ୁଙ୍ଗୁରୀଗୁଡା ଗ୍ରାମରେ ଚାଲୁଥିବା ବିଦୁଭୂଷଣ ମିଶ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ତେରକେଲା ଦଳ ଓ ଦ୍ଵିତୀୟ ମ୍ୟାଚରେ ପୌରକେଲା ଦଳ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଥିଲେ । ଏଥିରେ ସୁଧାଂଶୁ ଗହିର, ସଚିକାନ୍ତ ମିଶ୍ର, ପରୀକ୍ଷିତ ନାଗ, ସୁନୀଲ ସାହୁ ମ୍ୟାଚ ପରିଚାଳନା କରିଥିଲେ । ଡିଲେଶ୍ଵର ବାଗ ସ୍କୋରର ଥିଲେ । ସମୀର ମିଶ୍ର, ଭବାନୀ ଶଙ୍କର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।
ଗୁରୁବାର ମଧ୍ଯ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ।ପ୍ରଥମ ମ୍ୟାଚଟି ସାନଡୁଙ୍ଗୁରିଗୁଡା ଓ ଧୁମାଭଟା ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ ତେରେସିଂହା ଓ ଭାଲୁପିଆ ମଧ୍ୟରେ ଅନୁଷ୍ଠିତ ହେବ ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ