ଟ୍ରକ ଧକ୍କାରେ ୧ ମୃତ, ୧ ଆହତ

କେସିଙ୍ଗା,୨୭/୧୨: କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ କେନ୍ଦୁପଡା ଛକ ନିକଟରେ ଗତ ରାତିରେ ଏକ କପା ବୋଝେଇ ଟ୍ରକ ଧକ୍କାରେ ଜଣେ ବାଇକ ଚଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କୁସୁମଖୁଣ୍ଟି ଅଞ୍ଚଳର ବାଇକ ଆରୋହୀ ଦୁଇ ଜଣ ଭବାନୀପାଟଣା ପଟେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଓଆର୦୮ଏ- ୯୨୦୫) ତାଙ୍କୁ ଧକ୍କା ଦେଇଥିଲା।

ଉଭୟ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଜଣକର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ଜଣକୁ ଭବାନୀପାଟଣା ସ୍ଥାନାନ୍ତର କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରି ଥାନାକୁ ନେଇଛି। ଟ୍ରକଟି କେସିଙ୍ଗା ଅଞ୍ଚଳର ବୋଲି ଜଣାପଡିଛି।

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ ଓଡ଼ିଆବାର୍ତ୍ତା.ଇନ

For latest news & views update

Click click here and subscribe to notifications.
h4>Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.