ମାତିଛି ବାଘ, ନେଉଛି ଜୀବନ (visual news)


କଳାହାଣ୍ଡି,୨୭/୧୨: ଥୁଆମୂଳ ରାମପୁର ବ୍ଲକ୍ ଥୁଆମୂଳ ରାମପୁର ପଞ୍ଚାୟତ ଅନ୍ତର୍ଗତ ପୋଇଗୁଡା ଗାଁରେ ବାଘ ଆକ୍ରମଣରେ ୧୪ଟି ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁ ନିକଟ ସିଙ୍ଗାରି ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ। ହେଲେ ସେଥିରୁ ୨୨ଟି ଛେଳି ଘରକୁ ଫେରିନଥିବା ଜାଣିବାକୁ ପାଇଥିଲେ। ଗତକାଲି ସକାଳେ ଜଙ୍ଗଲରେ ଖୋଜାଖୋଜି କରିବାରୁ୧୪ଟି ଛେଳି ମରି ପଡିଥିବା ଦେଖିବାକୁ ପାଇଥିଲେ। ମୃତ ଛେଳିଙ୍କ ବେକରେ ବାଘ ଆକ୍ରମଣର ଦାନ୍ତ ଚିହ୍ନ ରହିଛି।ବର୍ତ୍ତମାନ ସୁଦ୍ଧା ୮ଟି ଛେଳିର ସନ୍ଧାନ ମିଳିନି। ଏହି ଘଟଣା ପରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି। ଅଭିଯୋଗ ଅନୁସାରେ ପୋଇଗୁଡା ଗାଁର ଡୁମେନ୍ ମାଝୀଙ୍କ ୩ଟି ଛେଳି, ରୁପାଧର ମାଝୀଙ୍କ ଗୋଟିଏ, ଜାଇତି ଜାନୀଙ୍କ ୨ଟି, ସାନ ରୁପାଧର ମାଝୀଙ୍କ ୫ଟି, ଗୁରୁ ମାଝୀଙ୍କ ୭ଟି ଓ ଗୁରୁବାରୁ ଜାନୀଙ୍କ ୪ଟି ଛେଳି ମରିଛି। ଏସବୁ ଛେଳିକୁ ବ୍ୟାଘ୍ର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।ଏବିଷୟରେ ବନ ବିଭାଗକୁ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ବନ କର୍ମଚାରୀ ଆସିନଥିବା ଅଭିଯୋଗ କରିଛନ୍ତି।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.