ପିଏମ କେୟାର ଫଣ୍ତକୁ ୬୨ଲକ୍ଷ, ୩୦ ହଜାର ୮୭୨ ଟଙ୍କା ପ୍ରଦାନକଲେ ବଡମାଳ ଗୋଳାବାରୁଦ କାରଖାନା କର୍ମଚାରୀ

ସଇଁତଲା,୫/୪ : ମହାମାରୀ କରେନା ଭାଇରସକୁ ବିଛିନ୍ନ କରିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି । ଚାଲିଛି କରୋନା ଲଢେଇ । ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦୁଇ ଦିନର ଦରମା ପ୍ରଦାନ କରିଛନ୍ତି ବଡମାଳ ଗୋଳାବାରୁଦ କାରଖାନାର କର୍ମଚାରୀ । ବଲାଙ୍ଗିର ଜିଲ୍ଲା ବଡମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ ସେମାନଙ୍କ ଦୁଇ ଦିନର ଦରମା ସର୍ବମୋଟ ୬୨ ଲକ୍ଷ ୩୦ ହଜାର ୮୭୨ ଟଙ୍କା ପ୍ରଦାନ କରିଛନ୍ତି । ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସହ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର ଉକ୍ତ ସୂଚନା ପ୍ରଦାନ କରିଛନ୍ତି । ସେହିପରି କାରଖାନା ଦ୍ବାରା ପ୍ରସ୍ତୁତ ୪୦ ଲିଟର ସାନିଟାଇଜରକୁ କାରଖାନାର ଜଏଣ୍ଟ ଜିଏମ ଏମ.ଜେଡ. ସର୍ବର ସିଡିଏମଓଙ୍କ ପ୍ରତିନିଧି ଡାକ୍ତର ସୁଧା ବାର୍ଲାଙ୍କୁ ପ୍ରଦାନ କରିଥିଲେ । ଡିଜିଏମ୍ ମହମ୍ମଦ ରୌଫ, ଡବ୍ଲୁଏମ୍ ମୋହନ ଅଗ୍ରୱାଲ, ପ୍ରଭାତ ଭୋଇ, ରାହୁଲ ପାଲି, ଖାଲକୋ, ଡ. ଜେ. ହରୋ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.