ସ୍ଥାପନା ଦିବସରେ ଡ଼କ୍ଟର ଶ୍ୟାମ ପ୍ରକାଶ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଳ ଉପାଧ୍ୟାୟଙ୍କୁ ନମନ କଲା ବିଜେପି


ସଇଁତଲା,୬/୪ : ଆଜି ଭାରତୀୟ ଜନତା ପାର୍ଟିର ୪୦ ତମ ସ୍ଥାପନ ଦିବସ । ସାରାଦେଶରେ ବିଜେପି ପକ୍ଷରୁ ଏହାକୁ ପାଳନ କରିବାସହ ଡ଼କ୍ଟର ଶ୍ୟାମ ପ୍ରକାଶ ମୁଖାର୍ଜୀ ଓ ପଣ୍ଡିତ ଦୀନ ଦୟାଳ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସେମାନଙ୍କୁ ନମନ କରିଛନ୍ତି । ଏହାସହ ବିଜେପି କାର୍ଯ୍ୟାଳୟ ମାନଙ୍କରେ ଝଣ୍ଡା ଲାଗିଛି । ସେହି କ୍ରମରେ ସଇଁତଲା ବ୍ଲକର ତେଣ୍ଡାଲିପାଲି ବିଜେପି କାର୍ଯ୍ୟାଳୟ ଠାରେ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ୩୧ ନଂ ଜୋନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ଶ୍ୟାମ ପ୍ରକାଶ ମୂର୍ଖାଜୀ ଓ ପଣ୍ଡିତ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ନମନ କରାଯାଇଥିଲା । ଏଥିରେ ଈଶ୍ୱର ସାହୁ, ଅଜିତ ରଣା,ରମେଶ ସାହୁ, କ୍ଷୀମନ୍ତ ସାହୁ, ସୁରେନ୍ଦ୍ର ସାହୁ, ନିଧି ରଣା ପ୍ରମୁଖ ବିଜେପି କର୍ମୀମାନେ ଉପସ୍ଥିତ ରହି ଝଣ୍ଡା ଲଗାଇଥିଲେ ।

ବଲାଙ୍ଗିର ଜିଲ୍ଲା ସଇଁତଲା ପ୍ରତିନିଧି ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta