କଳାହାଣ୍ଡି,୨୭/୧୨: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଡ଼ୁଙ୍ଗୁରୀଗୁଡା ଠାରେ ଚାଲିଥିବା ବିଦୁଭୂଷଣ ମିଶ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଛି।
ପ୍ରଥମ ମ୍ୟାଚରେ ସାନଡୁଙ୍ଗୁରିଗୁଡା ପ୍ରଥମେ ବ୍ଯାଟିଂ କରି ନିର୍ଦ୍ଧାରିତ ଦଶ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ କରିଥିଲେ । ରଞ୍ଜନ ସର୍ବାଧିକ ୩୨ ରନ ସଂଗ୍ରହ କରିଥିଲେ। ପିନୁ ୩ ଉଇକେଟ ନେଇଥିଲେ। ଜବାବରେ ଧୁମାଭଟା ଦଲ ୨ ଉଇକେଟ ହରାଇ ଦଶ ଓଭରରେ ୫୮ ରନ କରି ପରାଜିତ ହୋଇଥିଲେ। ପିନୁ ସବାଧୀକ ୨୩ ରନ କରିଥିଲ ।
ଦ୍ବିତୀୟ ମ୍ୟାଚରେ ତେରେସିଂହା ଦଳ ପ୍ରଥମ ବ୍ୟାଟିଂ କରି ଦଶ ଓଭରରେ ୬ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥୀଲେ। ଟିବୁଲ ସର୍ବାଧିକ ୪୭ ରନ କରିଥିଲେ। ଜବାବରେ ଭାଲୁପିଆ ଦଳ ଦଶ ଓଭରରେ ୫ ଉଇକେଟ ହରାଇ ୬୬ ରନ କରି ପରାଜିତ ହୋଇଥିଲେ।ରାହୁଲ ୧୦ ରନ କରିଥିଲେ।ସାନଡୁଙ୍ଗୁରିଗୁଡା ଓ ତେରେସିଂହା ଦଳ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଥିଲେ ।
ଆସନ୍ତା ଶନିବାର ଦୁଇଟି ସେମିଫାଇନାଲ ମ୍ୟାଚ ଖେଳ ହେବ। ପ୍ରଥମ ସେମିଫାଇନାଲ୍ ମ୍ୟାଚ ତେରକେଲା ଓ ସାନଡୁଙ୍ଗୁରିଗୁଡା ଦଳ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୌରକେଲା ଓ ତେରେସିଂହା ଦଳ ମଧ୍ୟରେ ହେବ । ଆଜିର ମ୍ୟାଚକୁ ବିରଞ୍ଚି ପୁଟେଲ, ଚନ୍ଦ୍ରକାନ୍ତ ମିଶ୍ର, ପରୀକ୍ଷିତ ନାଗ ଓ ଅରବିନ୍ଦ ଗହିର ପରିଚାଳନା କରିଥିଲେ। ଭବାନୀ ସାହୁ, ବିବେକ ମିଶ୍ର, ସଚିକାନ୍ତ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ରାକେଶ ଦେହୁରୀ ସ୍କୋରର ଥିଲେ । ପ୍ରସନ୍ନ ମଟାଲି, ସୁଧୀର ମିଶ୍ର, ପୀତାମ୍ବର ମଟାଲି, ସ୍ଯୌମ୍ଯରଞ୍ଜନ ଗହିର, କାଳିଆ ସା ପ୍ରମୁଖ ସହଯୋଗ କରିଥିଲେ ।
For latest news & views update
Click on bell button and subscribe to notifications.