ଓଡିଶାରେ ପ୍ରଥମ କରୋନା ମୃତ୍ୟୁ

ଏମ୍ସରେ ଆଖି ବୁଜିଲେ ୭୨ ବର୍ଷିୟ ବୟସ୍କ ନାଗରିକ

ଭୁବନେଶ୍ବର,୭/୪ : କରୋନା ଦ୍ୱାରା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସରେ ଚିତ୍କିସିତ ହେଉଥିବା ଜଣେ ୭୨ ବର୍ଷିୟ ବୟସ୍କ ନାଗରିକଙ୍କ ମୃତ୍ୟୁ ଘଟିଥିବା ନେଇ ଟୁଇଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହା ଓଡିଶାର ପ୍ରଥମ କରୋନା ମୃତ୍ୟୁ ।

 

ସ୍ୟାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଝାରପଡାର ଜଣେ ୭୨ ବର୍ଷିୟ ବ୍ୟକ୍ତି ଅପ୍ରେଲ ୪ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେ ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ବହୁ ଦିନ ତଳୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ତାଙ୍କଠାରେ କୋଭିଡ୍-୧୯ ଚିହ୍ନଟ ହୋଇଥିଲା । ଉକ୍ତ ବ୍ୟକ୍ତି ଅପ୍ରେଲ ୬ରେ ଏମ୍ସରେ ଆଖି ବୁଜିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.