ଡ଼ାକ୍ତରଖାନା ଏବଂ ବ୍ଲକ କାର୍ଯ୍ୟାଳୟ ପରିସର ସାନିଟାଇଜ କଲା ବିଜୁ ଯୁବ ବାହିନୀ

କଳାହାଣ୍ଡି,୭/୪ : ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଆଜି ମ.ରାମପୁର ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ସ୍ଥାନୀୟ ଡ଼ାକ୍ତରଖାନା ଓ ବ୍ଲକ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି ।

ବିଜୁ ଯୁବ ବାହିନୀ ତରଫରୁ ତ୍ରୈଲୋକ୍ୟ ନାୟକ, କାହ୍ନୁ ମାଝୀ, ପ୍ରଶାନ୍ତ ସେଡୀ, ନିରଞ୍ଜନ ବାଗ, ଅନୀଲ ବାରିକ, ଶୁଭମ ମହାନ୍ତି, ସୁଧାଂଶୁ ବଗର୍ତ୍ତୀ, ପ୍ରେମାନନ୍ଦ ବାଗଙ୍କ ନେତୃତ୍ୱରେ ଡ଼ାକ୍ତରଖାନା ଓ ବ୍ଳକ କାର୍ଯ୍ୟାଳୟ ପରିସରକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଥିଲା । ବିଜୁ ଯୁବ ବାହିନୀର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.