ନ୍ୟୁୟର୍କରେ ବାଘକୁ କରୋନା ସଂକ୍ରମଣ : ସତର୍କ ହେଲା ଭାରତ


ନ୍ୟୁୟର୍କ/ନୂଆଦିଲ୍ଲୀ,୭/୪: ଆମେରିକାର ନ୍ୟୁୟର୍କରେ ଗୋଟିଏ ବାଘ କରୋନା ଆକ୍ରାନ୍ତ ହୋଇଛି। ନ୍ୟୁୟର୍କ ସ୍ଥିତ ବ୍ରୋନକ୍ସ ଚିଡିଆଖାନାରେ ୪ ବର୍ଷର ଗୋଟିଏ ବାଘ କରୋନା ଭାଇରସ ସଂକ୍ରମଣର ଶିକାର ହେବାପରେ ଭାରତରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ସାରଦେଶର ଚିଡିଆଖାନାକୁ ଏଡଭାଇଜରୀ ଜାରୀ କରାଯାଇଛି।

ଭାରତୀୟ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ଦେଶର ସମସ୍ତ ଚିଡିଆଖାନାକୁ ଚେତାବନୀ ଜାରୀ କରିବାସହ କହିଛନ୍ତି ଯେ, ଅତିରିକ୍ତ ସତର୍କତା ଅବଳମ୍ବନ କରନ୍ତୁ। କିଛି ବି ଅସାଧାରଣ ବ୍ୟବହାର ପାଇଁ ସିସିଟିଭି ମାଧ୍ୟମରେ ଜନ୍ତୁମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଆବଶ୍ୟକ ହେଲେ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ। ଯଦି କୌଣସୀ ଜନ୍ତୁର ଦେହ ଖରାପ ହୁଏ, ତେବେ ପରୀକ୍ଷା କରନ୍ତୁ।

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta