ସାମାଜିକ ଦୂରତ୍ୱ ରକ୍ଷା ନ କରିବାରୁ ଦୋକାନ ସିଲ୍, ମାମଲା ରୁଜୁ


କଳାହାଣ୍ଡି,୭/୪:ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଜଣେ ଦୋକାନୀଙ୍କୁ ମହଙ୍ଗା ପଡ଼ିଛି। ଭବାନୀପାଟଣାର ଏକ କିରାଣା ଦୋକାନକୁ ପୋଲିସ ସିଲ୍ କରିଛି। ଏଥିସହ ଦୋକାନ ନିକଟରେ ସାମାଜିକ ଦୂରତ୍ୱ ସୁନିଶ୍ଚିତ ନକରିବା ଅଭିଯୋଗରେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସେହିପରି କେସିଙ୍ଗା ପୋଲିସ ମଧ୍ୟ ଏକ ଦୋକାନ ସିଲ୍ କରିବା ସହ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ସମସ୍ତ ଦୋକାନୀ ଓ ବ୍ୟବସାୟୀ ତାଙ୍କ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରିବା ସହ ଏହାର ଅବମାନନା କଲେ ଦୋକାନ ସିଲ୍ କରାଯିବ ବୋଲି ଚେତାବନୀ ଦେଇଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta