ଜୁନାଗଡ,୨୭/୧୨:
ଜୁନାଗଡ଼କୁ ଜିଲ୍ଲା ତଥା ସାଦରମହକୁମା ଦାବି ରେ ଆଜି ବନ୍ଦ ପାଳନ କରାଯାଇଛି । ସଚେତନ ନାଗରିକ ମଞ୍ଚ ଡାକରାରେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ ରହିବା ସହ ଜନ ସାଧାରଣ ଜୁନାଗଡ଼କୁ ଜିଲ୍ଲା ମା୍ନ୍ୟତା ଦାବୀ ପ୍ରତି ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖାଯାଇଛି । ଜୁନାଗଡ ସମେତ୬ଟି ବ୍ଲକ, ଥୁଆମୂଲ ରାମପୁରର ୧୫ଟି ପଞ୍ଚାୟତ ସମେତ ଜୁନାଗଡ ଓ ଧର୍ମଗଡ ଏନଏସି କୁ ନେଇ ପ୍ରସ୍ତାବିତ ଜୁନାଗଡ ଜିଲ୍ଲାର ପ୍ରସ୍ତାବ ଓ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି ।
ଜୁନାଗଡ଼ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odisbarta.in