କର୍ଲାମୁଣ୍ଡା,୨୭/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଅନ୍ତର୍ଗତ ଯୋଗିପଲା ଉଇଣ୍ଟର କ୍ରିକେଟ ଟିମ ତଥା ନେତାଜି କ୍ରିକେଟ ଟିମ ଅନୁକୂଲ୍ୟରେ ଯୋଗିପଲା ଖେଳ ପଡିଆ ଠାରେ ଡିସେମ୍ବର ୧୦ ତାରିଖରୁ ୨୭ ତାରିଖ ପଯ୍ୟନ୍ତ ହେଉଥିବା କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଉଦଜାପନି ଉତ୍ସବରେ ମୁଖ୍ୟ ଅତିଥି ଜିତୁ ମିଶ୍ର ( ସମାଜସେବୀ), ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି (ମୁନା), ସମ୍ମାନୀତ ଅତିଥି ବ୍ରୁନ୍ଦାବନ ଭୋଇ ,ମିଖା ଦୀପ, ସଂକିର୍ତନ ଭୋଇ, କୌରବ ରଣା, ବଲଦେବ ରଣା, ଅରୁଣ ସାହୁ, ଲିଙ୍ଗରାଜ ଦୀପ ପ୍ରମୁଖ ଯୋଗ ଦେଇ କ୍ରିକେଟ ଖେଳ ମାଧ୍ୟମ ରେ କିପରି ସମାଜକୁ ଅଗ୍ରସର କରାଯିବ ମତବ୍ୟକ୍ତ କରିଥିଲେ।
ଆଜି ଫାଇନାଲ ମ୍ୟାଚରେ ବେଲଗାଁ ଦଳ ୧୬୫-୧୦ ଜବାବରେ ଟିଟିଲାଗଡ ଦଳ ୨୪୭-୬ ରନ କରି ବିଜୟୀ ହୋଇଥିଲେ।ବିଜୟୀ ଦଳ କୁ ୩0000 ଓ ରନର୍ସଅପ ଦଳକୁ ୧୮000 ଟଙ୍କା ପ୍ରଦାନ କରାଯାଇଥିଲା । ଶୁଶାନ୍ତ କୁମାର ଦୀପ ,ଲୋକେଶ ଗହିର ଖେଳ ପରିଚାଲନା କରିଥିବା ବେଳେ ସ୍କୋରର ଥିଲେ ଅଗସ୍ତି ଭୋଇ । ନେତାଜି କ୍ରିକେଟ ଟିମ ର ସଭାପତି ସନ୍ତଲାଲ ଦୀପ ,ସଂପାଦକ ଭୁପିନ୍ଦ୍ର ଭୋଇ, ଅମ୍ଫାୟାର ବୀର କିଶୋର ବାଗ ପ୍ରମୁଖ ଉଫସ୍ଥିତ ଥିଲେ।
Report by Nabin Kishor Sahu, Correspondent Karlamunda odiabarta.in