ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୮୨ ହଜାର ଟପିଲା, ୧୪ ଲକ୍ଷରୁ ଉର୍ଦ୍ଧ ଆକ୍ରାନ୍ତ


ନୂଆଦିଲ୍ଲୀ,୯/୪ : କରୋନା ଭାଇରସ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢିବାକୁ ଲାଗିଛି । ସାରା ବିଶ୍ବରେ କରୋନା ମୃତକଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୮୨,୭୨୬ରେ ପହଞ୍ଚିଛି । ଏଏଫପି ଦ୍ବାରା ଅନ୍ତରାଷ୍ଟ୍ରିୟ ସମୟାନୁସାରେ ୧୧ଟାରେ ପ୍ରସ୍ତୁତ ତାଲିକାରୁ ଏହି ସୂଚନା ମିଳିଛି ।

ଆମେରିକାରେ ଦିନକୁ ଦିନ ସ୍ଥିତି ଗମ୍ଭିର ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ଭିତରେ ୨ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ମୃତକଙ୍କ ସଂଖ୍ୟା ୧୨,୭୦୦ରୁ ଉର୍ଦ୍ଧ ହୋଇ ଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହ୍ବାଇଟ ହାଉସରେ ନିଜର ନିୟମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେତିକି ଆଶଙ୍କା ଥିଲା, ଆମେ ସେଥିରୁ କମ ମୃତ୍ୟୁ ଦେଖୁଛୁ ।

ବ୍ରିଟେନରେ ବୁଧବାର କରୋନା ଭାଇରସ ସଂକ୍ରମଣରେ ୯୩୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୭ହଜାର ପାରି ହୋଇଛି । ସ୍ପେନରେ କରୋନା ମୃତକଙ୍କ ସଂଖ୍ୟା ୧୩ହଜାର ଅତିକ୍ରମ କରିଥିବା ବେଳେ ଫ୍ରାନ୍ସରେ ୧୦ହଜାରରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିପରି ଭାବେ ସ୍ବିଡେନରେ ୨୪ ଘଣ୍ଟା ଭିତରେ ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନର ଜେଲ୍ ରେ ୫୦ ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି ।

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta