କୁଲି ପଂଚାୟତ ସରପଂଚ ହରପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା


ଜନଜାତିଙ୍କ ମଧ୍ୟରେ କରୋନା ସମ୍ପର୍କୀତ ସଚେତନତା ସୃଷ୍ଟି

ରାୟଗଡ,୧୦/୪ : ଜନଜାତିଙ୍କ ମଧ୍ୟରେ କରୋନା ସମ୍ପର୍କୀତ ସଚେତନତାକୁ ବ୍ୟାପକ କରିବା ପାଇଁ ରାୟଗଡ ଜିଲ୍ଳା କୁଲି ଗ୍ରାମ ପଂଚାୟତର ସରପଂଚ ହର ପ୍ରସାଦ ହେପ୍ରୁକା କରିଥିବା ପ୍ରୟାସକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ପେଜ୍‌ରେ ପ୍ରଶଂସା କରିଛନ୍ତି । ଜନପ୍ରତିନିଧି ଭାବେ ତୃଣମୂଳସ୍ତରରେ ତାଙ୍କର ଏହିପରି ନିଷ୍ଠାପର ଉଦ୍ୟମ ରାଜ୍ୟର କରୋନା ବିରୋଧରେ ଲଢେଇକୁ ଆହୁରି ଦୃଢ କରୁଛି ବୋଲି
ମୁଖ୍ୟମନ୍ତ୍ରୀ ତାଙ୍କ ସିଏମଓ ଓଡିଶା ଟ୍ୱିଟର ପେଜରେ ପୋଷ୍ଟିଂ କରିଛନ୍ତି ।

ନିଜ ପଂଚାତୟରେ ରହୁଥିବା ଗ୍ରାମବାସୀମାନଙ୍କୁ କରୋନା ସର୍ତକତା ପାଳିବା ପାଇଁ ସେ ଗାଁ ଗାଁ ବୁଲି ସଚେତନ ସୃଷ୍ଟି କରୁଛନ୍ତି । ସମସ୍ତଙ୍କୁ କିପରି ଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ଶିଖେଇବା ସହ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ କହୁଛନ୍ତି । ହର ପ୍ରସାଦଙ୍କ ଏପରି ନିଷ୍ପାପର ସେବା ପାଇଁ ପଂଚାୟତବାସୀ ତାଙ୍କୁ କୃତଞତା ଜଣାଇଛନ୍ତି । ସବୁବେଳେ ସାବୁନ, ହ୍ୟାଣ୍ଡୱାସ ଓ ସାନିଟାଇଜରରେ ହାତ ଧୋଇବା, ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା, ଥଣ୍ଡା ଜ୍ୱର, କାଶ ହୋଇଥିବା ଅସୁସ୍ଥ ବ୍ୟକ୍ତିଙ୍କ ପାଖକୁ ନ ଯିବା, ସାମାଜିକ ଦୂରତା ବଜାୟ ରଖିବା, ସବୁବେଳେ ମାସ୍କ ବ୍ୟବହାର କରିବା ଆଦି ସର୍ତକତା ଅବଲମ୍ବନ କରିବା ପାଇଁ ଜନଜାତିଙ୍କୁ ତାଙ୍କ କୁଇ ଭାଷାରେ ସଚେତନ ସୃଷ୍ଟି କରୁଛନ୍ତି ରାୟଗଡ ଜିଲ୍ଳା ସଦର ବ୍ଳକ କୁଲି ଗ୍ରାମ ପଂଚାୟତର ସରପଂଚ ହର ପ୍ରସାଦ ହେପ୍ରୁକା ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta