ଫିଲିପାଇନ୍ସ: ୨୦୩ କରୋନା ମୃତକଙ୍କ ମଧ୍ୟରେ ୧୭ ସ୍ବାସ୍ଥ୍ୟକର୍ମୀ


ଫିଲିପାଇନ୍ସ,୧୦/୪: ଫିଲିପାଇନ୍ସରେ କରୋନା ଭାଇରସ୍ ସଂକ୍ରମଣରେ ମୃତ ୨୦୩ ଲୋକଙ୍କ ମଧ୍ୟରେ ୧୭ ଜଣ ସ୍ବାସ୍ଥ୍ୟକର୍ମୀ ଅଛନ୍ତି। ଫିଲିପାଇନ୍ସ ମେଡିକାଲ ଏସୋସିଏସନ ଅଧ୍ୟକ୍ଷ ହୋସେ ସୌଟିୟାଗୋ ଜୁନିୟର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡାକ୍ତର ଓ ନର୍ସଙ୍କ ପାଖରେ ଆବଶ୍ୟକତା ଅନୁଯାୟୀ ପିପିଇ ନାହିଁ। ବୁଧବାର ଦିନ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ସୁଦ୍ଧା ୨୫୨ ସ୍ବାସ୍ଥ୍ୟକର୍ମୀଙ୍କ କରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

_________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta