ଦିଗଶିରା ଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା 

ଟିଟିଲାଗଡ,୨୮/୧୨:

ମା ବସ୍ତ୍ରେନ କ୍ରିକେଟ କମିଟି ଦିଗଶିରା ଆନୁକୂଲ୍ୟରେ ବ୍ରିଜ୍ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିନତି ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ୯ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଶଙ୍କର ଛୁରା, ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ସେନାପତି, ଯୁବନେତା ଗଜାନନ ବଗର୍ତ୍ତୀ, ଦିଗଶିରା ପଞ୍ଚାୟତ ସଭାପତି ଦୁର୍ଯ୍ଯୋଧନ ବେହେରା, ବିଜୁ ଯୁବ ବାହିନୀ ସଭାପତି ଦିଲୀପ ବନଛୋର ଓ ସମ୍ପାଦକ ଲକ୍ଷ୍ମଣ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

ଫାଇନାଲ ମ୍ଯାଚ ରେ ବହୁ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଥିବା ବେଳେ ଅଲଣ୍ଡା ଦଳ ବିଜୟ ଲାଭ କରିଥିଲା ଓ ପରାସରା ଦଳ ଉପ-ବିଜେତା ହୋଇଥିଲେ । ଉଭୟ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ମା ବସ୍ତ୍ରେନ କ୍ରିକେଟ କମିଟି ର ସଦସ୍ୟ ଶ୍ରୀ କେତନ ବେହେରା, ଲିଲୁ ବେହେରା, ରାଜେଶ ପୁଟେଲ, ରଞ୍ଜନ ବେହେରା, ଅମୂଲ୍ୟ ବେହେରା ତଥା ଅନ୍ୟାନ୍ୟ ସଦସ୍ୟ ଓ ବହୁ ଦର୍ଶକ ଉପସ୍ଥିତ ଥିଲେ ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.