କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକର ବଡ଼ଡ଼ୁଙ୍ଗୁରୀଗୁଡାଠାରେ ଚାଲିଥିବା ବିଦୁଭୂଷଣ ମିଶ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦୁଇଟି ସେମିଫାଇନାଲ ମ୍ୟାଚ ଖେଳ ହୋଇଛି।
ପ୍ରଥମ ମ୍ୟାଚରେ ତେରେକେଲା ପ୍ରଥମେ ବ୍ଯାଟିଂ କରି ନିର୍ଦ୍ଧାରିତ ବାର ଓଭରରେ 6 ଉଇକେଟ ହରାଇ 62 ରନ କରିଥିଲେ । ସନ୍ତୋଷ ସର୍ବାଧିକ 22 ରନ ସଂଗ୍ରହ କରିଥିଲେ। ଦାରା 2 ଉଇକେଟ ନେଇଥିଲେ। ଜବାବରେ ସାନଡୁଙ୍ଗୁରିଗୁଡା ଦଳ 7 ଉଇକେଟ ହରାଇ ଏଗାର ଓଭରରେ 63 ରନ କରି ବିଜୟୀ ହୋଇଥିଲେ। କୁନୁ ସର୍ବାଧିକ 15 ରନ କରିଥିଲ । ବିଦ୍ୟା 3 ଉଇକେଟ ନେଇଥିଲେ ।
ଦ୍ବିତୀୟ ମ୍ୟାଚରେ ପୌରକେଲା ଦଳ ପ୍ରଥମେ ବ୍ୟାଟିଂ କରି 12 ଓଭରରେ 8 ଉଇକେଟ ହରାଇ 74 ରନ ସଂଗ୍ରହ କରିଥିଲେ । ପ୍ରଶାନ୍ତ ସର୍ବାଧିକ 16 ରନ କରିଥିଲେ। ରାହୁଲ 3 ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ତେରେସିଂହା ଦଳ ଏଗାର ଓଭର 3 ବଲରେ 7 ଉଇକେଟ ହରାଇ 77 ରନ କରି ବିଜୟୀ ହୋଇଥିଲେ । ମଗଶୀର ସବାଧୀକ 28 ରନ କରିଥିଲେ। ସର୍ବାଧିକ 3 ଉଇକେଟ ନେଇଥିଲେ।
ସାନଡୁଙ୍ଗୁରିଗୁଡା ଓ ତେରେସିଂହା ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଥିଲେ ।
ମ୍ୟାଚକୁ ବିବେକ ମିଶ୍ର, ନୀଳାଚଳ ଭୋଇ, ପରୀକ୍ଷିତ ନାଗ ଓ ପିତାମ୍ବର ସା ପରିଚାଳନା କରିଥିଲେ। ଭବାନୀ ସାହୁ, ବିବେକ ମିଶ୍ର, ସୁମନ୍ତ ବଢେଇ ଧାରାବିବରଣୀ ପ୍ରଦାନ କରିଥିଲେ । ଦୟାନିଧି ଗହିର, ଡିଲେଶ୍ଵର ବାଗ ସ୍କୋରର ଥିଲେ । ପ୍ରସନ୍ନ ମଟାଲି, ସୁଧୀର ମିଶ୍ର, ପୀତାମ୍ବର ମଟାଲି, ସୁବ୍ରତ ନାଗ, ସ୍ଯୌମ୍ଯରଞ୍ଜନ ଗହିର , କାଲିଆ ସା, ତପନ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ । ରବିବାର ଫାଇନାଲ ମ୍ୟାଚ ଖେଳ ହେବ।
For latest news & views update
click here and subscribe to notifications.