କୋକସରା,୨୯/୧୨:
ବାପୁଜୀ ଯୁବ ଅନୁଷ୍ଠାନ ନାଇକେନଗୁମା ଆନୁକୂଲ୍ୟରେ ପାଞ୍ଚ ଦିବସିୟଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଯାଇଛି । ଆଜି ଚତୁର୍ଥ ଦିବସ ରେ ମୁଖ୍ୟଅତିଥି ଭାବେ ଯୁବ ନେତା, ସମାଜସେବୀ ଇଂ ସୁଶୀଲ କୁମାର ଶବର ଯୋଗ ଦେଇ ଖେଳାଳି ମାନଙ୍କୁ ତାଙ୍କର ସୁନ୍ଦର ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରେଇ ଥିଲେ ।ଆଜି ଦୁଇ ଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ପ୍ରଥମ ମ୍ୟାଚ ବାଗାଡ ଓ କରଲାକୋଟ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ ରେ କରଲା କୋଟ ଦଳ ବାଗାଡା ଦଳ କୁ ୧/୦ ଗୋଲରେ ହରାଇ ବିଜୟୀ ହୋଇ ଫାଇନାଲ ରେ ପହଂଚିଛ । ଦ୍ବିତୀୟ ସେମିଫାଇନାଲ ନାଇକେନ ଗୁମା ଓ ତାଲପଦର ମଧ୍ୟରେ ହୋଇଥିଲା ଏହି ମ୍ୟାଚ ରେ ତାଲପଦର ୨/୦ ଗୋଲ ରେ ବିଜୟୀ ହୋଇ ଫାଇନାଲ ରେ ପହଂଚିଛି ।
ଉଭୟ ମ୍ୟାଚ ଗୌତମ ମାଝୀ, ଭୁରିଶ୍ରବା ଜାଲ ଓ ଉମା ମାଝୀ ପରିଚାଳନା କରିଥିବାବେଳେ ବୈକୁଣ୍ଠ ଜାଲ, ରତ୍ନାକର ବେମାଲ ଓ ଅଜୟ ଦୀପ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ପଦୁଲୋଚନ ଶବର, ବୀର ଶବର, ଲାବଣ୍ୟ ଶବର ଗୋପୀନାଥ ନାଏକ, ଲକ୍ସମନ ଶବର, ଶ୍ୟାମ ମାଝୀ, ବଦନ ଶବର, କୃପାସିନ୍ଧୁ ପୂଜାରୀ, ମଧୁସୂଦନ ନାଏକ, ସଭାପତି ପବିତ୍ର ଶବର, ସମ୍ପାଦକ ଶଙ୍କର ପ୍ରସାଦ ନାଏକ, କୋଷାଧକ୍ଷ କ୍ଷୀରସିନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
Report by Hiranya Behera, Correspondent Koksara odiabarta.in