ସାରୁନ୍ ପାୟାସିଂ ପାଇଲେ ସ୍ବର୍ଣ୍ଣ ପଦକ

 

୬୬ତମ ରାଜ୍ୟ ଆଥେଲେଟିକ୍ ମିଟ୍ : ଲଙ୍ଗଜମ୍ପରେ ସଫଳ ହେଲେ କଳାହାଣ୍ଡିର କ୍ରିଡାବିତ

କଟକ, ୩୦/୧୨:
କ୍ରିଡା କ୍ଷେତ୍ରରେ କଳାହାଣ୍ଡିକୁ ମିଳିଛି ଆଉ ଏକ ସଫଳତା । କଟକ ବାରବାଟି ଷ୍ଟାଡିୟମରେ ଆୟୋଜିତ ହେଉଥିବା ୬୬ତମ ରାଜ୍ୟ ଆଥେଲେଟିକ ମିଟ୍ ୨୦୧୮ର ଲଙ୍ଗଜମ୍ପ ଇଭେଣ୍ଟରେ କଳାହାଣ୍ଡିର ସାରୁନ୍ ପାୟାସିଂ ସର୍ବୋଚ୍ଚ ୬.୮୮ ମିଟର ଡେଇଁ ସ୍ବର୍ଣ୍ଣ ପଦକ ପାଇଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ପାଇକ ପଡାର ଏହି ଉଦୀୟମାନ କ୍ରିଡାବିତ । ଏଥି ପୂର୍ବରୁ ପାଟନା ଠାରେ ଆୟୋଜିତ ପୂର୍ବାଞ୍ଚଳ ଜୋନ ଜାତୀୟ ଆଥେଲେଟିକ ଚମ୍ପିୟନସିପରେ ୭.୨୪ ମିଟର ଡେଇଁ ସ୍ବର୍ଣ୍ଣ ପଦକ ପାଇଥିଲେ ସାରୁନ୍ । ଶ୍ରୀମାନ ସାରୁନ୍ ଙ୍କ ଏହି ସଫଳତାକୁ ନେଇ ଜିଲ୍ଲା ସାରା ଖୁସିର ଲହରୀ ଖେଳି ଯାଇଛି । କଳାହାଣ୍ଡି ଯୁବ ଯାଦବ ମହାସଭା , ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଯାଦବ ପରିବାର, ଯଦୁବଂଶୀ ମହା ସମ୍ମେଳନ, ନର୍ଲା ପ୍ରେସ କ୍ଲବ, ଗଜାନନ ସାଂସ୍କୃତିକ ଅନୁଷ୍ଠାନ ସହ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Report by Sanjaya Dhangadamajhi, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.