ଜିଲ୍ଲା ସ୍ଥରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ପ୍ରବେଶ କଲା ଜୁନାଗଡ

ଜୁନାଗଡ,୩୦/୧୨:

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମଥୁରା ଠାରେ ଚାଲିଥିବା ଜିଲ୍ଲା ସ୍ଥରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ସେମିଫାଇନାଲ ଖେଳ । ରାଧାକୃଷ୍ଣ କେଲୁବ ମଥୁରା ଦ୍ବାରା ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପୁଟବଳ ଟୁର୍ଣ୍ଣାମେଣ୍ଟର ଆଜିର (ରବିବାର) ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଟଙ୍କ ନାୟକ ଯୋଗଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଆୟୋଜକ ରାଧାକୃଷ୍ଣ କେଲୁବ ସଭାପତି ସନାତନ ପଣ୍ଡା ,ସମ୍ପାଦକ ପବିତ୍ର ପାଢି ସମେତ ସମସ୍ତ କେଲୁବ ମେମ୍ବର ଉପସ୍ଥିତ ଥିଲେ । ଆୟୋଜିତ ଖେଳରେ ଜୁନାଗଡ଼ ୧-୦ ଗୋଲରେ ଇଛାପୁର କୁ ହରେଇ ଫାଇନାଲରେ ପ୍ରବେଶ କରିଛି । ସୋମବାର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ହେବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।

Report by Rakesh kumar Bemal, Correspondent Junagarh odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.