ବିଏମଏମ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଡୁଙ୍ଗୁରିଗୁଡା ଚାମ୍ପିଅନ୍

କଳାହାଣ୍ଡି,୩୧/୧୨: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଡ଼ୁଙ୍ଗୁରୀଗୁଡାଠାରେ ଚାଲିଥିବା ବିଦୁଭୂଷଣ ମିଶ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଂସ୍କରଣ ଉଦଯାପିତ ହୋଇଯାଇଛି।

ସାନଡୁଙ୍ଗୁରିଗୁଡା ଓ ତେରେସିଂହା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ହୋଇଥିଲା। ପ୍ରଥମେ ତେରେସିଂହା ଦଳ ବ୍ଯାଟିଂ କରି ୧୪ ଓଭର ୨ ବଲରେ ସମସ୍ତ ଉଇକେଟ ହରାଇ ୫୭ ରନ କରିଥିଲେ । ବନ ସର୍ବାଧିକ ୧୫ ରନ ସଂଗ୍ରହ କରିଥିଲେ। ବୁଲୁ ୪ ଉଇକେଟ ନେଇଥିଲେ।

ଜବାବରେ ସାନଡୁଙ୍ଗୁରିଗୁଡା ଦଳ ୨ ଉଇକେଟ ହରାଇ ୬ ଓଭରରେ ୫୯ ରନ କରି ଚଳିତ ବର୍ଷର ଚାମ୍ପିଅନ୍ ହୋଇଥିଲେ । କୁନୁ ସର୍ବାଧିକ ୩୨ ରନ କରିଥିଲେ । ସୁନୀଲ ୨ ଉଇକେଟ ନେଇଥିଲେ ।

ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମ୍ଯାନ ଅଫ ଦ ସିରିଜ କୁନୁ, ମ୍ଯାନ ଅଫ ଦ ମ୍ୟାଚ ସୁଶାନ୍ତ, ବେଷ୍ଟ ସିକ୍ସର ଟିବୁଲ, ବେଷ୍ଟ ବୋଲର ରାହୁଲଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମନୋଜ ପଟ୍ଟନାୟକ ଉପସ୍ଥିତ ରହି କ୍ରୀଡାର ବିଶେଷତ୍ବ ସମ୍ପର୍କରେ ଉପସ୍ଥିତ ଖେଳାଳି ତଥା ଦର୍ଶକମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମର ଗ୍ରାମ୍ଯ କମିଟି ଓ ୱାର୍ଡ ସଭ୍ଯ ବୃନ୍ଦ ଉପସ୍ଥିତ ଥିଲେ ।

ଫାଇନାଲ ମ୍ୟାଚକୁ ସୁନୀଲ ସାହୁ ଓ ଅରବିନ୍ଦ ଗହିର ପରିଚାଳନା କରିଥିଲେ। ଦେବାଶିଷ ବେହେରା, ବିବେକ ମିଶ୍ର ଓ ସୁମନ୍ତ ବଢେଇ ଧାରାବିବରଣୀ ପ୍ରଦାନ କରିଥିଲେ । ଦୟାନିଧି ଗହିର ଓ ପିତାମ୍ବର ସା ସ୍କୋରର ଥିଲେ । ପ୍ରସନ୍ନ ମଟାଲି, ସୁଧୀର ମିଶ୍ର, ପିତାମ୍ବର ମଟାଲି, ବେଲାର ଭୋଇ, କେଶୁଲାଲ ଗହିର,ସିକୁ ମିଶ୍ର, ସୁବ୍ରତ ନାଗ,ବଦ୍ରୀନାଥ ଭୋଇ, କାଲିଆ ସା, ତପନ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.