ଭୂବନେଶ୍ବର,୩୧/୧୨:
ଇଣ୍ଡିଆଡ ନେସନାଲ ଟ୍ରେଡ ୟୁନିୟନ କଂଗ୍ରେସ (INTUC) ୟୁଥ ଉଇଙ୍ଗ ଓଡିଶା ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି ଯୁବ ନେତା ସମୀର ଚାନ୍ଦ (ବିଟୁ) । ଶ୍ରୀଯୁକ୍ତ ଚାନ୍ଦଙ୍କୁ ଆଇଏନଟିୟୁସି ନୂତନ ଦାଇତ୍ବ ପ୍ରଦାନ କରିଥିବାରୁ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆଇଏନଟିୟୁସି ଜାତିୟ ସଭାପତି ଭାବେ ପୂର୍ବତନ ସାଂସଦ ଡଃ ସଂଜିବ ରେଡି, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଓଡିଶା ସଭାପତି, ସତ୍ୟବ୍ରତ ନାୟକ ୟୁଥ୍ ଆଇଟିୟୁସି ଓଡିଶା ରାଜ୍ୟ ସଭାପତି ଦାଇତ୍ବରେ ଅଛନ୍ତି । ତେଣୁ ଏପରି ଏକ ଗୁରୁତ୍ବପୂର୍ଣ୍ଣ ଦାଇତ୍ବ ମିଳିଥିବାରୁ ରାଜ୍ୟ, କଳାହାଣ୍ଡି ତଥା ନର୍ଲାର ଅନେକ କଂଗ୍ରେସ ନେତା,କର୍ମୀ ଓ ସାଧାରଣ ଜନତା ଶ୍ରୀଯୁକ୍ତ ଚାନ୍ଦଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଯୁବ ନେତା ସମୀର ଚାନ୍ଦ : ଏକ ସଂକ୍ଷିପ୍ତ ପରିଚିତି
ସମାଜସେବା କରିବାପାଇଁ ବୟସର କୌଣସି ମାନେ ନଥାଏ, ଏକଥା ପ୍ରମାଣିତ କରି ଦେଖାଇ ପାରିଛନ୍ତି ସମୀର ଚାନ୍ଦ । ବୟସ ମାତ୍ର ୪୦ । ହେଲେ ସେ ହଜାରେରୁ ଉର୍ଧ ସଭା ସମିତିରେ ମୂଖ୍ୟ ଅତିଥୀ/ସମ୍ମାନୀତ ଅତିଥୀ ଭାବେ ଯୋଗଦେବାର ବିରଳ ଗୌରବର ଅଧିକାରୀ ହୋଇ ପାରିଛନ୍ତି । ଏହାସହ ଅଞ୍ଚଳର ଅନେକ ବ୍ୟକ୍ତି ବିଶେଷ ଓ ବ୍ଲକ ର ପ୍ରାୟ ସବୁ ଅନୁଷ୍ଠାନର ଉତ୍ସବ ମହୋତ୍ସବରେ ଆର୍ଥିକ ଅନୁଦାନ ଯୋଗାଇଦେଇ ଗାଁ ମାନଙ୍କର ଲୁପ୍ତପ୍ରାୟ ଲୋକସଂସ୍କୃତିକୁ ଉଜ୍ଜିବିତ କରିବାରେ ସାହାଯ୍ୟ କରିଥାନ୍ତି । ଏହାସହ ଗ୍ରାମାଞ୍ଚଳ କ୍ରିଡାର ପୃଷ୍ଠପୋଷକ ଭାବରେ ତାଙ୍କର ବିଶେଷ ସୁଖ୍ୟାତି ରହିଛି ।
ଜଣେ ଉତ୍ତମ ବ୍ୟକ୍ତିତ୍ବର ଅଧିକାରୀ, ଯୁବ ନେତା ତଥା ଉତ୍ତମ ସଂଗଠକ ସମୀର ଚାନ୍ଦ (ବିଟୁ) ନର୍ଲା ନିର୍ବାଚନ ମଣ୍ତଳୀର ଏକ ସୁପରିଚିତ ନାମ । କଳାହାଣ୍ଡି ଜିଲ୍ଲା ନର୍ଲାରେ ଜନ୍ମିତ ଏହି ଉଦୟମାନ ଯୁବ ନେତା ସବୁ ସମୟରେ ଜନ ସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ଅଞ୍ଚଳର ବିକାଶ ପାଇଁ ପ୍ରୟାସରତ । ତାଙ୍କର ସହଯୋଗୀ ମନୋବୃତ୍ତି ପାଇଁ ନର୍ଲା ନିର୍ବାଚନ ମଣ୍ତଳୀର ସବୁ ଜାଗାରୁ ତାଙ୍କୁ ଆମନ୍ତ୍ରଣ କରାଯାଏ । ବିଭିନ୍ନ ସଭା ସମିତି, କ୍ରୀଡ଼ା ଓ ଜନହିତକର ଯୋଜନାମାନଙ୍କୁ । ବର୍ତ୍ତମାନ ସୁଦ୍ଧା ହଜାରେରୁ ଉର୍ଧ ସଭାସମିତିରେ ଯୋଗ ଦେଇ ସେ ଯୁବକମାନଙ୍କ ଆଦର୍ଶ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ମାତ୍ର ୪୦ ବର୍ଷ ବୟସରେ ସେ ଜନ ସଂପର୍କ କ୍ଷେତ୍ରରେ ଅଞ୍ଚଳର ସମସାମୟିକ ନେତାମାନଙ୍କ ଠାରୁ ଆଗରେ ରହିଥିବା ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରନ୍ତି ।
ସମୀରଙ୍କ ପିତା ଶିବ ଦାସ ଚାନ୍ଦ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଶା ଜେଲ୍ ସର୍ଭିସର ଅବସରପ୍ରାପ୍ତ ଜେଲ୍ ସୁପରିଟେଣ୍ତେଣ୍ଟ ଓ କଂଗ୍ରେସର ପୂର୍ବତନ ଜିଲ୍ଲା ଯୁବ ସଭାପତି ତଥା ବିଶିଷ୍ଟ ସମାଜସେବୀ । ତାଙ୍କ ପିତାମହ ଯୁଧିଷ୍ଠିର ଚାନ୍ଦ ୫ଥର ନର୍ଲାର ସରପଞ୍ଚ ଆସନ ଅଳଂକୃତ କରିଥିଲେ ଓ ନର୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଶ୍ରୀଯୁକ୍ତ ଚାନ୍ଦଙ୍କ ପ୍ରପିତାମହ ପୁରୁଷୋତ୍ତମ ଚାନ୍ଦ ନର୍ଲା ଗୌନ୍ତିଆ ଥିଲେ ଓ ନର୍ଲା ବିଦ୍ୟାଳୟ ସମୁହ, କଲେଜ୍, ବ୍ଲକ୍, ଡାକ୍ତରଖାନା , ସେବା ସମବାୟ ସମିତି, ପଞ୍ଚାୟତ ଓ ଅନେକ ସ୍ଥାନରେ ଜମି ଦାନ କରି ଏକ ବିଶିଷ୍ଚ ବ୍ୟକ୍ତି ଭାବେ ଆଜି ମଧ୍ୟ ଜନମାନସରେ ଅମର ହୋଇ ରହିଛନ୍ତି । ଏପରି ଏକ ବିଶିଷ୍ଟ ପରିବାରର ଉଚ୍ଚ ଶିକ୍ଷିତ ଯୁବକ ସମୀର ଚାନ୍ଦ ଗତ ନିର୍ବାଚନରେ ନର୍ଲା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଟିକଟ ଦୌଡ଼ରେ ରହିଥିଲେ । ବର୍ତ୍ତମାନ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଥିବା ଏହି ନେତାଙ୍କ ପ୍ରତି ପ୍ରବଳ ଜନସମର୍ଥନ ରହିଥିବା ସହଜେ ଅନୁମାନ କରିହୁଏ । ଲୋକଙ୍କ ଭଲପାଇବା ହିଁ ତାଙ୍କ ପ୍ରତି ଆଶୀର୍ବାଦ ବୋଲି ବିବେଚନା କରିଥାନ୍ତି ଏହି ଯୁବନେତା ଜଣକ ।
ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଧନା : ଲୋକଙ୍କ ଗଭୀର ଭଲ ପାଇବା ପ୍ରତିବିମ୍ବିତ କରୁଛି
ସାଧାରଣ ଜନତାଙ୍କ ଦୂଃଖ ସୁଖର ସାଥି ସମୀର ଚାନ୍ଦ (ବିଟୁ) ଙ୍କ ସହଯୋଗୀ ମନୋଭାବ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ, ନର୍ଲା ପ୍ରେସ କ୍ଲବ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରି ଅନେକ ସୁନାମଧନ୍ୟ ଅନୁଷ୍ଠାନ ସମ୍ରଦ୍ଧିତ କରିଛନ୍ତି ଯାହା ଏହି ଉଦୟମାନ ଯୁବ ନେତାଙ୍କୁ ଆଗକୁ ବଢିବାର ଶକ୍ତି ଯୋଗାଇଛି । ଏହି ସମ୍ରଦ୍ଧନା ସମୂହ କେବଳ ସଂପୃକ୍ତ ଅନୁଷ୍ଠାନର ଭଲ ପାଇବା ନୂହଁ ଅଞ୍ଚଳର ଅଗଣିତ ଲୋକଙ୍କ ଭଲପାଇବାର ପ୍ରତିବିମ୍ବ ବୋଲି ସାଧାରଣରେ ଚର୍ଚା ଆଲୋଚନା ହୋଇଥିବା ଜଣାଯାଏ ।
ଓଡିଆ ବାର୍ତ୍ତାର ପଦେ ପ୍ରଶ୍ନ : ସମୀରଙ୍କ ଉତ୍ତର
ପ୍ର- ବିକାଶ କ୍ଷେତ୍ରରେ ବହୁତ ପଛରେ ପଡିଯାଇଛି ନର୍ଲା ନିର୍ବାଚନ ମଣ୍ତଳୀ । ଲୋକେ ପରିବର୍ତ୍ତନ ଚାହିଁବା ସହ ସ୍ଥାନୀୟ ନେତୃତ୍ବ ପ୍ରତି ସମର୍ଥନ ଜଣାଇବେ ବୋଲି ଜଣାଯାଉଛି । ଯଦି ଆପଣଙ୍କୁ ଏଥର ନର୍ଲା ନିର୍ବାଚନ ମଣ୍ତଳୀରୁ ସୁଯୋଗ ଦିଆଯାଏ, ତେବେ ଆପଣ ଅଞ୍ଚଳର ବିକାଶ ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବେ ?
ଉ- “ଯଦି ମା’ ମାଣିକେଶ୍ବରୀ ଦୟାରୁ ମୋତେ ବିଧାୟକ ଭାବେ ମା’ ମାଉସୀ, ଗୁରୁଜନ, ଯୁବକ ଯୁବତୀ, ଭାଇବନ୍ଧୁମାନେ ଆଶୀର୍ବାଦ କରନ୍ତି, ତେବେ ମୁଁ ବଚନବଦ୍ଧ ଯେ ସମସ୍ତଙ୍କ ସେବା ଓ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ମୋର ସମସ୍ତ ସମୟ ବ୍ୟୟ ବିନିମୟରେ ନର୍ଲାକୁ ଏକ ଆଦର୍ଶ ନିର୍ବାଚନୀ କ୍ଷେତ୍ରରେ ପରିଣତ କରିବାକୁ ପ୍ରଯତ୍ନ କରିବି । ନର୍ଲାର ଅର୍ଥନୀତି ଆଜି ମଧ୍ୟ କୃଷି ଉପରେ ନିର୍ଭରଶୀଳ, ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । କୃଷି କ୍ଷେତ୍ରକୁ ଜଳ ସେଚନର ବ୍ୟବସ୍ଥା ପାଇଁ ଓ୍ବାଟର ରିଜର୍ଭର ସବୁ ନିର୍ମାଣ କରିବା ସହ ଦୋଫସଲି ଚାଷ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । ଅଞ୍ଚଳର ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ତାର ସମାଧାନ କରାଯିବ ଓ ଯୁବକମାନଙ୍କୁ ସ୍ବରୋଜଗାରକ୍ଷମ ହେବାରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯିବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସବୁଦିନ ପାଇଁ ସେମାନଙ୍କ ସ୍ଥାୟୀ ରୋଜଗାରର ବ୍ୟବସ୍ଥା କରିବାକୁ ଯୋଜନା ସବୁ ହାତକୁ ନିଆଯିବ । ଏହାଛଡ଼ା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ରାସ୍ତା ଘାଟ ଓ ଅନ୍ୟାନ୍ୟ ମୌଳିକ ସେବାରେ ଲାଗି ରହିଥିବା ସମସ୍ୟା ସବୁର ସମାଧାନ କରାଯିବ । ୮ରୁ ୧୦ଟି ଗ୍ରାମକୁ ନେଇ ପବ୍ଲିକ୍ ଗ୍ରିଭେନ୍ସ ସେଲ୍ ଗଠନ କରାଯିବ ଓ ସେଥିରେ ନିଯୁକ୍ତ ଯୁବକମାନେ ସେହି ସ୍ଥାନର ସମସ୍ୟା ସବୁ ବିଷୟରେ ବିଧାୟକଙ୍କୁ ଜଣାଇବେ ଓ ଏହି ମାଧ୍ୟମରେ ତୃଣମୂଳ ସ୍ତରରୁ ଲୋକଙ୍କ ସମସ୍ୟା ସବୁର ସୁସମାଧାନ କରାଯିବ । ସବୁ ଗ୍ରାମରେ ଡ୍ରେନେଜ୍ ସିଷ୍ଟମ୍ ଓ ପାନୀୟ ଜଳ ଯୋଗାଣ ସହ ସବୁଦିନିଆ ରାସ୍ତା ସଂଯୋଗ ଉପରେ ଗୁରୁତ୍ବାରୋପ କରାଯିବ । ସର୍ବୋପରି ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଅଞ୍ଚଳର ସେବା କରିବାକୁ ବଚନବଦ୍ଧ ହୋଇ ରହିବି ।”
ଛାତ୍ର ରାଜନୀତିରୁ ଆଇଏନଟିୟୁସି ରାଜ୍ୟ ୟୁଥ୍ ଉଇଙ୍ଗ ସଂପାଦକ ଦାଇତ୍ବ : ଦୀର୍ଘ ପଥ ଉତ୍ତମ ସାଂଗଠୈନିକ ଦକ୍ଷତା
ଛାତ୍ର ଜୀବନରୁ ନେତୃତ୍ବ ନେବାର କଳା ବାରିହୋଇ ପଡିଥିଲା ସମୀର ଚାନ୍ଦଙ୍କ କ୍ଷେତ୍ରରେ । କଲେଜ ଜିବନରେ ଛାତ୍ର ପ୍ରତିନିଧି ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପରବର୍ତି ସମୟରେ ସେ କଳାହାଣ୍ଡି ଯୁବ କଂଗ୍ରେସର ଉପ-ସଭାପତି , ଛାତ୍ର କଂଗ୍ରେସର ଉପ ସଭାପତି ପରି ଅନେକ ଗୁରୁତ୍ବପୂର୍ଣ ଦାଇତ୍ବ ସୂଚାରୁରୂପେ ସଂପାଦକ କରିପାରିଥିଲେ । ଏକ ଉତ୍ତମ ସଂଗଠକ ଭାବେ ତାଙ୍କ ନେତୃତ୍ବରେ ହଜାର ହଜାର ଯୁବକଙ୍କୁ ଏକଜୁଟ କରାଇବାର ଦକ୍ଷତା ରଖିବାସହ ଅଞ୍ଚଳର ବିକାଶ କାର୍ଯ୍ୟରେ ମନୋନିବେଶ କରିଛନ୍ତି । ଦିର୍ଘ ୧୫ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଶ୍ରୀଯୁକ୍ତ ଚାନ୍ଦ ଏପରି ଏକ ମର୍ଯ୍ୟଦାମୟ ତଥା ଗୁରୁତ୍ବପୂର୍ଣ୍ଣ ଦାଇତ୍ବରେ ଅବସ୍ଥାପିତ କରାଇବା ତାଙ୍କ ପାଇଁ କଂଗ୍ରେର ଏକ ଉପହାର ନିଶ୍ଚିତ ଭାବେ ।
ନୂତନ ଦାଇତ୍ବ : ନର୍ଲା ବିଧାନସଭା ପାଇଁ ସବୁଜ ସଂକେତ ନୁହଁତ !
ବିକାଶର ପଥ ହୁଡିଥିବା ନର୍ଲା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ ଥିଲା । ଗତ ନିର୍ବାଚନରେ ଏହି ଆସନକୁ ବିଜେଡି କଂଗ୍ରେସ ହାତରୁ ଛଡେଇ ନେଇଥିଲା । ତେବେ ବର୍ତମାନର ନର୍ଲା ବିଧାୟକ ଲୋକଙ୍କ ଆସ୍ଥା ବିଶ୍ବାସ ସହ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେଇନଥିବା ଅଭିଯୋଗ ହେଉଛି । ଅଧୁନା ଏହି ଆସନ ପ୍ରତି ତିନି ପ୍ରମୂଖ ଦଳର ନଜର ରହିଥିବା ବେଳେ କଂଗ୍ରେସ ନିଜର ରଣ ନିତି ଆରମ୍ଭ କରି ସୂଯୋଗ ଅପେକ୍ଷାରେ ଥିବାପରି ମନେହେଉଛି । ବର୍ତମାନର ସ୍ଥିତି ଅନୁସାରେ ନର୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ସ୍ଥାନୀୟ ଯୁବ ନେତୃତ୍ବ ପ୍ରତି ପୂର୍ଣ୍ଣ ସମର୍ଥନ ରଖିବେ । ଏଥର ଦଳ ଅପେକ୍ଷା ସ୍ଥାନୀୟ ନେତୃତ୍ବ ପ୍ରତି ଜନ ସମର୍ଥନ ଜିବ ବୋଳି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରନ୍ତି । ସମୀର ଚାନ୍ଦ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାର ପ୍ରିୟପାତ୍ର ଓ ଲଢୁଆ ନେତା ହୋଇଥିବାରୁ ସମସାମୟିକ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଆଗ ଧାଡିରେ ଥିବା ଜନମତ ସୂଚନା ଦେଉଛି । ଆଗକୁ ନିର୍ବାଚନ ଥିବାବେଳେ ସମୀର ଚାନ୍ଦଙ୍କୁ ଆଇଏନଟିୟୁସି ୟୁଥ ଉଇଙ୍ଗ ସଂପାଦକ ପରି ଗୁରୁତ୍ବ ପୂର୍ଣ୍ଣ ସ୍ଥାନରେ ଅପସ୍ଥାପିତ କରିଥିବାରୁ ଏହା ସବୁଜ ସଂକେତ ପ୍ରଦାନ କରୁଥିବାପରି ଅନୁମେୟ ହେଉଛି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube