ବ୍ୟବସାୟୀ, ଠିକାଦାର ହାତରେ ପ୍ରେସ କାର୍ଡ : କଳୁଷିତ ହେଉଛି ସାମ୍ବାଦିକତା

ସୁନୀଲ କୁମାର ଧଙ୍ଗଡାମାଝୀ

ନିଜର ଦୈନନ୍ଦିନ ଜୀବନରେ ସାରା ବିଶ୍ବର ଲୋକେ ଗଣମାଧ୍ୟମ ଉପରେ ନିର୍ଭର କରିଥାନ୍ତି । ଯେହେତୁ ସାମ୍ବାଦିକତା ଜନସେବାର ଅଂଶ ତେଣୁ ସାମ୍ବାଦିକ ମାନେ ସମାଜର ବୃହତ୍ତର ସ୍ବାର୍ଥ ପ୍ରତି ସଚେତନ ରହି ଖବର ପ୍ରସାରଣ କରିଥାନ୍ତି । ସତ୍ୟ ଓ ନିର୍ଭିକ ସାମ୍ବାଦିକତା ସମାଜରେ ପରିବର୍ତନ ଆଣିପାରେ, ଏହା ଅନେକ ସମୟରେ ପ୍ରମାଣିତ ହୋଇସାରିଛି । ନିର୍ଭିକ ସାମ୍ବାଦିକ ହେବା ଓ ଖଣ୍ଡାର ଧାରରେ ଚାଲିବା ସମାନ କଥା । ସମାଜରୁ ଅନ୍ୟାୟ, ଦୂର୍ନିତିର ବାଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସାମ୍ବାଦିକ ଅନେକ ସମୟରେ ଆକ୍ରମଣର ଶିକାର ହୋଇଥାଏ । ସତ କଥା ଲେଖି କେତେକ ସାମ୍ବାଦିକଙ୍କୁ ହତ୍ୟାର ଶିକାର ହେବାକୁ ପଡିଛି । ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ଆକ୍ରମଣ ହେଉଛି କିନ୍ତୁ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି । ଓଡିଶା ସରକାରଙ୍କ ପାଖରେ ସାମ୍ବାଦିକ ମାନଙ୍କ ସଠିକ ଗଣନା ନାହିଁ । ବାଘ ଭାଲୁ ଗଣନା ହେଉଛି କିନ୍ତୁ ସାମ୍ବାଦିକ ମାନଙ୍କ ଗଣନା ହେଉନାହିଁ । କିଛି ମାସ ତଳେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ କେତେକ ଯୋଜନା ପ୍ରଣୟନ କଲେ । ଏହି ଯୋଜନା ସମୂହର ଲାଭ ପ୍ରକୃତ ପକ୍ଷେ ସାମ୍ବାଦିକ ମାନଙ୍କ ପାଖରେ ପହଞ୍ଚୁଛିକି ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କର ଆନ୍ତରକିତା ନାହିଁ । ସମାଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ନିଜ ଜୀବନକୁ ବାଜି ଲଗାଇ ଦେଉଥିବା ସାମ୍ବାଦିକ ପୋକ ମାଛି ପରି ମରୁଛି । ଏଥି ପ୍ରତି କ’ଣ ସରକାରଙ୍କ କିଛି କର୍ତବ୍ୟ ନାହିଁ ! ଏକଥା କେବଳ ଆମ ଦେଶର ନୁହଁ ସାରା ବିଶ୍ବରେ ଚିନ୍ତା ଜନକ ସ୍ଥିତିରେ ପହଞ୍ଚିଛି । ଏପରି ସମୟରେ ବେପାରୀ ସାମ୍ବାଦିକ ମାନଙ୍କ ଅଦ୍ଭୁଦୟ ସାମ୍ବାଦିକତା ବୃତ୍ତି ପ୍ରତି ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ ।

ବେପାରୀ, ଠିକାଦାର ଓ କଳାଧନ୍ଦାରେ ଲିପ୍ତ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ କୌଶଳ ପ୍ରୟୋଗ କରି ପ୍ରେସ୍ କାର୍ଡ ହାତେଇବାରେ ସକ୍ଷମ ହେଉଛନ୍ତି । ଏପରି ସାମ୍ବାଦିକ ମାନଙ୍କ ପାଇଁ ସମାଜ ଅପେକ୍ଷା ନିଜର ଧନ୍ଦା ବଡ ହୋଇଥାଏ । ତେଣୁ ଏମାନେ ସାମ୍ବାଦିକତା ନାଁରେ ଦୂର୍ନିତକୁ ପ୍ରସୟ ଦିଅନ୍ତି , ଫେକ୍ ନିଉଜ ଓ ତଥ୍ୟ ହିନ ସମ୍ବାଦ ପରିବେଷଣ ସହ ସାମ୍ବାଦିକତାର ପବିତ୍ର କର୍ତବ୍ୟକୁ ଭୁଲିଯାଆନ୍ତି । ଆଉଏକ ଗୋଷ୍ଠୀର ସାମ୍ବାଦିକ ଅଛନ୍ତି ଯେଉଁମାନେ କାଖରେ ଫାଇଲପତ୍ର ଜାକି ସାମ୍ବାଦିକର ପରିଚୟ ଦେଇ ସଭାସମିତିରେ ଉପସ୍ଥିତ ରହି ଆୟୋଜକ ମାନଙ୍କ ଠାରୁ ବିଭିନ୍ନ ଉପାୟରେ ପାଉଣା ଆଦାୟ କରନ୍ତି କିନ୍ତୁ ଖବର ପ୍ରସାରଣ କରନ୍ତି ନାହିଁ , ଏମାନେ ଅନାମଧ୍ୟେୟ ଗଣମାଧ୍ୟମ ମାନଙ୍କରୁ ପ୍ରେସ କାର୍ଡ ହାତେଇଥାନ୍ତି ।  ଏପରି ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକତା ବୃତ୍ତିରେ କଳଙ୍କର କଳା ଛିଟା ବାଜୁଛି ଓ ଲୋକଙ୍କ ଆସ୍ଥା ବିଶ୍ବାସରେ କୁଠାରଘାତ ହେଉଛି ।
ତେଣୁ ଜିଲ୍ଲା ଓ ବ୍ଲକ ସାମ୍ବାଦିକ ସଂଘ ଏପରି ବ୍ୟକ୍ତି ମାନଙ୍କୁ ସେମାନଙ୍କ ସଂଘରେ ସାମିଲ କରିବା ଉଚିତନୁହଁ । ସାମ୍ବାଦିକତାର ଭଦ୍ର ମୂଖା ପିନ୍ଧି ବ୍ୟବସାୟକୁ ବଞ୍ଚେଇବାରେ ଲାଗିପଡିଥିବା ବ୍ୟକ୍ତି ମାନଙ୍କ କାରନାମା ବିଷୟରେ ସାଧାରଣ ଜନତା ଭଲ ଭାବରେ ଜାଣିଥାନ୍ତି । ଯଦି ସେହି ବେପାରୀ ସାମ୍ବାଦିକ କୌଣସି ମଞ୍ଚ କିମ୍ବା ସଭାସମିତିରେ ପହଞ୍ଚୁଛି ତେବେ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ଅନ୍ୟ ସାମ୍ବାଦିକ ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଛି । ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ଏପରି ସାମ୍ବାଦିକ ମାନଙ୍କ ଠାରୁ ଦୂରତ୍ବ ରକ୍ଷା କରି ଚଳିବା ଜରୁରୀ ହୋଇପଡିଛି ।

 

Sunil Kumar Dhangadamajhi 

Editor odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.