ମିଥ୍ୟା ଖବର ଦେଇ ସାମ୍ବାଦିକ ଗିରଫ

ଢାକା: ମିଥ୍ୟା ଖବର ପରିବେଷଣ କରି ଗିରଫ ହୋଇଛନ୍ତି ଜଣେ ସାମ୍ବାଦିକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଂଲାଦେଶରେ।

ସାମ୍ବାଦିକ ଜଣକ ହେଉଛନ୍ତି ହେଦୈତ ହୋସେନ୍‌ ମୋଲ୍ଲା। ସେ ବାଂଲାଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ବାଂଲା ଟ୍ରିବ୍ୟୁନ୍‌ ଏବଂ ଢାକା ଟ୍ରିବ୍ୟୁନ୍‌ରେ କାମ କରନ୍ତି।

ସଦ୍ୟ ସମାପ୍ତ ବାଂଲାଦେଶ ସଂସଦୀୟ ନିର୍ବାଚନର ଭୋଟିଂରେ ଅନିୟମିତତା ହୋଇଥିବା ନେଇ ଖବର ପରିବେଷଣ କରି ସେ ଲେଖିଥିଲେ ଯେ, ଖୁଲ୍‌ନା-୧ ନିର୍ବାଚନମଣ୍ଡଳୀରେ ପ୍ରକୃତ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାଠାରୁ ଅଧିକ ୨୨ହଜାର ୪୧୯ ଭୋଟ୍‌ ଗ୍ରହଣ ହୋଇଥିଲା। ପୁଲିସ୍‌ ସୂତ୍ରରୁ ଏଭଳି ଜଣାପଡ଼ିଛି ବୋଲି ସେ ଦର୍ଶାଇଥିଲେ। ତେବେ ପ୍ରାଥମିକ ତଦନ୍ତରୁ ଏହା ମିଥ୍ୟା ବୋଲି ଜଣାପଡ଼ିବା ପରେ ତାଙ୍କୁ ଗିରଫଦାରୀର ଶିକାର ହେବାକୁ ପଡିଛି।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.