ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା 

ଟିଟିଲାଗଡ,୨/୧:

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ସ୍ଥିତ ଫୁଲମତୀ ପାହାଡ ପାଦ ଦେଶରେ ଥିବା ପଡିଆ ଠାରେ ବିଜୁ ଯୁବ ବାହିନୀ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ତରଫରୁ ପଞ୍ଚାୟତ ସ୍ତରୀୟ ଏକ ଦିବସିୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବିଜୁ ଯୁବ ବାହିନୀ ବାଞ୍ଜିପଦରର ସଭାପତି ଭିଷ୍ମସେନ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀଯୁକ୍ତ ନବ କିଶୋର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ବିଜେଡି ଯୁବ ସଭାପତି ଶ୍ରୀଯୁକ୍ତ ବିନୋଦ ମହାକୁର,

ସିଆରପିଏଫ ଜବାନ ଲଳିତ୍ ବନଛୋର, ଗ୍ରାମ ସାଥି ନିରଞ୍ଜନ ମହାକୁର, ସୁବଳ ବାଗ, ସୁବାଷ ରତେଇ ପ୍ରମୂଖ ଯୋଗଦାନ କରିଥିଲେ ଓ ଉଭୟ ଦଳ ସହ ମୁଖ୍ୟ ଖେଳାଳି ମାନଙ୍କୁ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି କ୍ରିଡାରେ ପଞ୍ଚାୟତର ଚାରିଗୋଟି ଦଳ କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବାଞ୍ଜିପଦର ଦଳ ବିଜେତା ଓ ମାଲିଝର୍ ଦଳ ଉପ ବିଜେତା ହୋଇଥିଲା । ଫାଇନାଳ ମ୍ୟାଚ ଟି ବହୁ ରୋମାଞ୍ଚକର ହୋଇଥିଲା । ଏହି ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଦିନେସ୍ କୁମାର ନାଗ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କୋଷାଧ୍ୟକ୍ଷ  ତ୍ରୀମନ୍ ବିଶି ମ୍ୟାଚ ପରିଚାଳନା କରିଥିଲେ । ବିଜୁ ଯୁବ ବାହିନୀର ବରିଷ୍ଠ ସଦସ୍ୟ ଭବାନୀ ମାଝୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.