ଆଜି ଦେଶର ପ୍ରଥମ ଶିକ୍ଷୟିତ୍ରୀଙ୍କ ଜନ୍ମଦିନ, ଜାଣନ୍ତୁ ଜୀବନୀ 

ସାବିତ୍ରୀ ବାଇ ଜ୍ୟୋତି ରାଓ ଫୁଲେ (୩ ଜାନୁୟାରୀ ୧୮୩୧ରୁ ୧୦ ମାର୍ଚ୍ଚ ୧୮୯୭) ଭାରତର ଜଣେ ଶିକ୍ଷିକା, ସମାଜ ସୁଧାରକ ଏବଂ କବୟତ୍ରୀ ଥିଲେ। ବ୍ରିଟିସ୍ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସ‌ହିତ ମିଶି ନାରୀ ମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ ଭୁତ କାର୍ଯ୍ୟ କରିଛନ୍ତି । ସାବିତ୍ରୀବାଇ ଭାରତର ପ୍ରଥମ କନ୍ୟା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷକ ଥିଲେ । ତାଙ୍କୁ ଲୋକମାନେ ଆଧୁନିକ ମରାଠି କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।

ସାବିତ୍ରୀବାଇଙ୍କ ଜନ୍ମ ୧୮୩୧ ମସିହା ଜାନିୟାରୀ ୩ରେ ନାଇଗାଁ, ମହାରାଷ୍ଟ୍ରରେ ହୋଇଥିଲା । ତାଙ୍କ ପରିବାର ଧନୀକ ଶ୍ରେଣୀର କୃଷକ ଥିଲେ । ତାଙ୍କ ପିତାଙ୍କର ନାମ ଖନ୍ଦୋଜି ନେୱସେ ଏବଂ ମାତାଙ୍କର ନାମ ଲକ୍ଷ୍ମୀ ଥିଲା । ତାଙ୍କ ପିତା ତାଙ୍କ ଗ୍ରାମର ପାଟିଲ୍ (ମୁଖିଆ) ଥିଲେ । ୧୮୪୦ ମସିହାରେ ୯ ବର୍ଷ ବୟସରେ ସେ ୧୨ ବର୍ଷର ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ । ସାବିତ୍ରିବାଇ ଏବଂ ଜ୍ୟୋତିରାଓଙ୍କର ସନ୍ତାନ ନଥିଲା । ସେ ଜଣେ ବିଧବା ବ୍ରାହ୍ମଣ ସ୍ତ୍ରୀର ପୁତ୍ ଯଶବନ୍ତରାଓକୁ ପୋଷ୍ୟପୁତ୍ର କରିଥିଲେ ।

୧୮୪୮ ମସିହାରେ ନିଜ ସ୍ୱାମୀଙ୍କ ସ‌ହିତ ମିଶି ଭିନ୍ନ ଜାତିର ୯ ଜଣ ଛାତ୍ରୀଙ୍କୁ ନେଇ ସେ ଏକ ବିଦ୍ୟାଳୟର ସ୍ଥାପନା କଲେ । ୧ ବରଷ ଭିତରେ ସେ ୫ଟି ବିଦ୍ୟାଳୟ ଖୋଲିବାରେ ସମର୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ତ‌ତ୍କାଳୀନ ସରକାର ସମ୍ମାନିତ ମଧ୍ୟ କରିଥିଲେ । ଜଣେ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ପାଇଁ ସେହି ସମୟରେ ବିଦ୍ୟାଳୟ ଚଲାଇବା କେତେ କଷ୍ଟକର ହୋଇଥିବ ତାହାର କଳ୍ପନା ଆଜିବି କରିବା କଷ୍ଟ । ସେ ସମୟରେ ଝିଅ ମାନଙ୍କୁ ଶିକ୍ଷା ଉପରେ କଟକଣା ଥିଲା । ସାବିତ୍ରିବାଇ ଫୁଲେ ସେହି ସମୟରେ ନିଜେ ପଢିବା ସ‌ହିତ ଅନ୍ୟ ଝିଅ ମାନଙ୍କ ପାଇଁ ମଧ୍ୟ ପଢିବାର ବନ୍ଦୋବସ୍ତ କରିଥିଲେ ତାହାବି ପୁଣେ ଭଳି ସ‌ହର ରେ।

ସାବିତ୍ରୀ ବାଇ ଫୁଲେ ଅନେକ କବିତା ଲେଖିଥିଲେ ସମାଜ ପାଇଁ । କାବ୍ୟ ଫୁଲେ, ବଭନ କାଶୀ ସୁବୋଧ ରତ୍ନାକର ତାଙ୍କ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ।

୧୦ ମାର୍ଚ୍ଚ ୧୮୯୭ ମସିହାରେ ପ୍ଲେଗ୍ ରୋଗ ପାଇଁ ତାଙ୍କ ମୃତ୍ୟୁ ହୋଇଥିଲା । ସେ ପ୍ଲେଗ ରୋଗୀଙ୍କ ସେବା କରୁଥିଲେ। ପ୍ଲେଗ ରୋଗରେ ପୀଡିତ ଥିବା ଏକ ଛୋଟପିଲାର ସେବା କରିବା ସମୟରେ ତାଙ୍କୁ ମଧ୍ୟ ପ୍ଲେଗ୍ ରୋଗ ହୋଇଥିଲା । ଏବଂ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା ।

୨୦୧୫ ମସିହାରେ ତାଙ୍କ ସମ୍ମାନରେ ୟୁନିଭର୍ସିଟି ଅଫ୍ ପୁନେ, ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ନାମରେ ନାମିତ ହେଲା । ୧୦ ମାର୍ଚ୍ଚ ୧୯୯୮ ମସି‌ହାରେ ତାଙ୍କ ସମ୍ମାନରେ ଭାରତୀୟ ଡାକରେ ଏକ ଷ୍ଟାମ୍ପ ହେଲା । ୩ ଜାନୁୟାରୀ ୨୦୧୭ରେ ଗୁଗଲ୍ ସାବିତ୍ରୀବାଇଙ୍କ ୧୮୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଡୁଡଲ କରିଥିଲା ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.