👆ଏଇ ଗୀତ ପାଇଁ ଷ୍ଟାର ବନିଥିଲେ ସିମରନ👆
ସମ୍ବଲପୁର,୩/୧: ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଆଲବମ ଅଭିନେତ୍ରୀ ସିମରନ ସିଂଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଅଭିନେତ୍ରୀ ଜଣକ ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଛନ୍ତି। ତାଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଂଚଳରେ। ତେବେ ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇପାରିନଥିଲେ ବି ସିମରନଙ୍କୁ ତାଙ୍କ ସ୍ୱାମୀ ମାରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୨ ଦିନ ତଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭବାନୀପାଟଣା ଯାଇଥିଲେ । କାଲି ସେ ଭବାନୀପାଟଣାରୁ ଫେରିଥିବା ବେଳେ ଆଜି ତାଙ୍କର ମୃତଦେହ ସମ୍ବଲପୁର-ବୁର୍ଲା ମହାନଦୀ ବ୍ରିଜ ତଳୁ ଉଦ୍ଧାର କରାଯାଇଛି।
ପ୍ରକାଶ ଥାଉକି ସିମରନ ବଲାଙ୍ଗୀର ବେଲପଡାର ୟୁଗୋଙ୍କୁ ପ୍ରେମ ବିବାହ କରିଥିଲେ। ତେବେ କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ଝଗଡା ଲାଗିଥିଲା। ଏନେଇ ସୀମରନ୍ ଝାରସୁଗୁଡା ଥାନା ଅଭିଯୋଗ କରିଥିଲେ। ତେବେ ସୀମରନକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।