କବିତା ମହାନ୍ତିଙ୍କ କବିତା : ନବ ବର୍ଷ

🌹🌹🌹🌹

ପୁଣ୍ଯ ମହୋଦଧି ସ୍ନିଗଧ ସଲିଳେ
ନବ ବର୍ଷ କରି ସ୍ନାନ
ବୁଢୀ ଆଈ ପରି ଥୁରୁଥୁରୁ ଥରେ
ବାଆ ବତାସୀରେ ପଣ୍ଣ ।

କୁଜ୍‌ଝଟିକାର ଶ୍ବେତ ବସନରେ
ପ୍ରତ୍ଯୁଷରେ ଶୋଭାପାଏ
ମଧ୍ଯାହ୍ନ ସୂଯ୍ଯଙ୍କ ତେଜ ହୀନ ରଶ୍ମି
ଶୀତଳ ତନୁକୁ ଛୁଏଁ ।

ସବୁଜ ବନାନୀ ଶସ୍ୟ ଭରା କ୍ଷେତ
ଫୁଲଫଳେ ଉଠେ ହସି
ଫସଲ କଟାର ସଙ୍ଗୀତ ମୂର୍ଚ୍ଛନା
ଦୂରରୁ ଆସଇ ଭାସି ।

ନବବର୍ଷ ହସେ ନିଆଁ ପୁଆଁ ଦୃଶ୍ଯେ
ଉଷୁମ ପାନୀୟେ ପ୍ରୀତ
ଚାହା କପ୍‌ରେ ପ୍ରୀତିର ଫଗୁଣ
ମଳୟ ଚୁମଇ ଚୂତ ।

ଶୀତ ସାଥେ ମିତ ବସିବାକୁ ଆସେ
ମଧୁମୟ ବସୁନ୍ଧରା
ଶିଶିର ବିନ୍ଦୁରେ ମୁକ୍ତାର ଝଲକ
ନୀଳାମ୍ବର ଦିଶେ ତୋରା ।

ଉତ୍ସବ ମୁଖର ହୁଏ ପଲ୍ଲୀପୁର
ଖୁସିର ଲହରି ଛୁଟେ
ମହୋତ୍ସବେ ହସେ ନଗର ବଜାର
କୁସୁମ ବାସ ଚହଟେ ।

 

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ କଣ୍ଟାପଡା, କଟକ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.