ଆକାଶବାଣୀ ଭବାନୀପାଟଣାର ରୌପ୍ୟ ଜୟନ୍ତୀ ସମାରୋହ

ମନ ମୋହିଲା ନାଟକ ‘ସବୁ ହେବା’

କଳାହାଣ୍ଡି: ଆକାଶବାଣୀ ଭବାନୀପାଟଣାର ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆକାଶବାଣୀର ଉପ-ମହାନିର୍ଦ୍ଦେଶକ (ଆଭିଯାନ୍ତ୍ରିକ) ଶେଷଦେବ ତାଜନ୍ ଓ କାର୍ଯ୍ୟକ୍ରମ ନିଷ୍ପାଦକ ପ୍ରଫୁଲ୍ଲ କୁମାର ମାଝୀ ମଂଚାସୀନ ଥିଲେ । ଆକାଶବାଣୀର ସିଗ୍ନେଚର୍ ଟ୍ୟୁନ୍ ସହ ସମାରୋହର ଶୁଭାରମ୍ଭ ହୋଇଥିବା ବେଳେ ଧନଞ୍ଜୟ ପଣ୍ଡା ଓ ସାଥୀ ସରସ୍ୱତୀ ବନ୍ଦନା ପରିବେଷଣ କରିଥିଲେ । ରୂପଯୋଶୀ ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ଏବଂ ବାମଦେବ ଜେନା ଓ ସାଥୀ ଲଘୁ ସଂଗୀତ ପରିବେଷଣ କରିଥିଲେ ।

ଭବାନୀପାଟଣାର ସଂଗମ୍ ଅନୁଷ୍ଠାନ ପକ୍ଷରୁ ରାଜେନ୍ଦ୍ର ପାଢ଼ୀଙ୍କ ରଚନା ଓ ନିର୍ଦ୍ଦେଶନାରେ ମଂଚସ୍ଥ ନାଟକ ‘ସବୁ ହେବା’ରେ ଗ୍ରାମ୍ୟ ଜୀବନର କାହାଣୀ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ଛିଲୋଲାଇ’ ଓ ଭବାନୀପାଟଣାର ନୃତ୍ୟାଙ୍ଗନା ଅନୁଷ୍ଠାନ ପକ୍ଷରୁ ‘ପରବସୁର୍ତା’ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଆକାଶବାଣୀ ଭବାନୀପାଟଣାର ଉଦ୍ଘୋଷକ ସଚ୍ଚିଦାନନ୍ଦ ମଲ୍ଲିକ, ସାମୟିକ ଉଦ୍ଘୋଷକ ଶୁଭେନ୍ଦୁ ମହାପାତ୍ର ଓ ସାମୟିକ ଉଦ୍ଘୋଷିକା ନମିତା ମିଶ୍ର ମଂଚ ପରିଚାଳନା କରିଥିଲେ ।

For latest news & updates, click on bell button and subscribe to notifications.

Like us on facebook👇

http://facebook.com/odiabarta

Subscribe us on youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.