ସମ୍ବଲପୁର: ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। ମିଳିଥିବା ସୂଚନା ଅନୁଯାୟୀ କୁଆଡେ ଉକ୍ତ ଘଟଣା ପୂର୍ବରୁ ସିମରନ ହ୍ୱାଟସ ଆପ୍ ଭଏସ୍ ମେସେଜ ପଠାଇଥିଲେ। ମୃତ୍ୟୁ ପୂର୍ବରୁ ହ୍ୱାଟ୍ସ୍ରଆପରେ ସିମରନ୍ ଏହି ଭଏସ ମେସେଜରେ ଏବେ ପୁଲିସ ହାତରେ ଲାଗିଛି। ତେବେ ପ୍ରକୃତରେ ସିମରନ ଆତ୍ମହତ୍ୟା କରିଛି ନା ଏହାରି ପଛରେ ଷଡ଼ଯନ୍ତ୍ର କରାଯାଇଛି ତାହା ସ୍ପଷ୍ଟ ହୋଇନି। ହେଲେ ଘଟଣାଟି ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଗତ ୧ତାରିଖରେ ସିମରନ ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୨ତାରିଖରେ ଝାରସୁଗୁଡ଼ାକୁ ଫେରୁଥିଲେ।ହେଲେ ଘରକୁ ନ ପହଞ୍ଚି ତାଙ୍କ ମୃତ ଦେହ ମହନଦୀ ବ୍ରିଜ ତଳୁ ଉଦ୍ଧାର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।