ଟିଟିଲାଗଡ,୪/୧:
ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପରାସରା ଗ୍ରାମ ପଞ୍ଚାୟତ ସ୍ଥିତ ଇଚ୍ ଗାଁର ମାଁ ଦ୍ବାରସିନୀ ଖେଳ ପଡିଆ ଠାରେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆଥ୍ଲେଟିକ୍ ମିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଳୟା ଜାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
ଇଚ୍ ଗାଁ ଗଁନ୍ତିଆ ଶ୍ରୀଯୁକ୍ତ ଜୟକୃଷ୍ଣ ମାଝୀ ମଞ୍ଚାସିନ ରହି ସମସ୍ତ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦୌଡ ଆଦି ବିଭିନ୍ନ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡାବିତ୍ ମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ବିଜୁ ଯୁବ ବାହିନୀ ସଭାପତି ଶ୍ରୀ କୁଞ୍ଜ ଆଡଜୁଆଡ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଘାସିରାମ୍ ବେହେରା କାର୍ଯ୍ୟ ସମ୍ପାଦନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ଲକ୍ଷଣ ଆଡଜୁଆଡ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରିଡା ଉତ୍ସବରେ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.inFor latest news & views update
Click on bell button and subscribe to notifications.
Like us on facebook
Subscribe us on youtube