କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଜୁନାଗଡ଼ ବଣିକ ସଂଘ

ଜୁନାଗଡ,୬/୫: ଚାଲିଛି କରୋନା ଲଢେଇ । ଏହି ଯୁଦ୍ଧର ଆଗ ଧାଡିର ଯୋଦ୍ଧା ଭାବେ ପୋଲିସ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀମାନେ ଦିନ ରାତି ଏକାକାର କରି ଦେଇଛନ୍ତି । ଦେଶ ପାଇଁ ଏମାନଙ୍କ କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ ପାଇଁ ଅନେକ ଅନୁଷ୍ଠାନ ଏମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରି ଆସୁଛନ୍ତି । ସେହି କ୍ରମରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଛି ଜୁନାଗଡ ବଣିକ ସଂଘ । ସୋମବାର ପୋଲିସ କର୍ମଚାରୀ ମାନଙ୍କୁ ଓ ଆଜି (ବୁଧବାର) ଜୁନାଗଡ ସ୍ବାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀକୁ ସମ୍ବର୍ଦ୍ଧିତ କରିଥିଲେ ସଂଘର କାର୍ଯ୍ୟକର୍ତ୍ତା ।

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ‍ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ଭଗବାନ ପଣ୍ଡା, ଡା. ସୁମନ ଶେଖର ପଣ୍ଡା ଓ ଡା. ଅନୁପ କୁମାର ପଣ୍ଡାଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏଥିରେ ବଣିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.